
ମସ୍କାଟ: ଏସିଆନ୍ ହକି ଚାମ୍ପିୟନଶିପ୍ର ଆଜି ଖେଳାଯିବାକୁ ଥିବା ଫାଇନାଲ୍ ଯୁଦ୍ଧରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ପୂର୍ବରୁ ଏସିଆନ୍ ଚାମ୍ପିୟନଶିପ୍ର ଦୁଇଟି ଫାଇନାଲ୍ରେ ପାକିସ୍ତାନକୁ ଧୂଳି ଚଟାଇ ଚାମ୍ପିୟନ ହୋଇଥିବା ଭାରତ ତା’ର ପୂର୍ବ ରେକର୍ଡ ଦୋହରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସେହିପରି ଫାଇନାଲ୍ରେ ଜିତି ପାକିସ୍ତାନ ଭାରତଠାରୁ ପରାଜିତ ହେବାର ରେକର୍ଡରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରିବ।
ଭାରତୀୟ ସମୟ ରାତି ୧୦ଟା ୪୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ଶନିବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ମାଲେସିଆକୁ ସୁଟ୍ଆଉଟ୍ରେ ୩-୧ ଗୋଲ୍ରେ ପରାସ୍ତ କରି ଫାଇନାଲକୁ ଆସିଛି।
ସେହପରି ଦ୍ୱିତୀୟ ସେମିଫାଇନାଲରେ ଭାରତ ଗତ ଥରର ଚାମ୍ପିୟନ ଜାପାନକୁ ୩-୨ ଗୋଲ୍ରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ୍ ହାତେଇ ଥିଲା।
ପୂର୍ବରୁ ଭାରତ ୨୦୧୧ ଓ ୨୦୧୬ରେ ଫାଇନାଲ୍ରେ ପାକିସ୍ତାନକୁ ହରାଇ ଏସିଆନ୍ ଚାମ୍ପିୟନଶିପ୍ ଜିତିଛି।
from Odisha Reporter https://ift.tt/2qhpuwt
No comments:
Post a Comment