ଟିଭି ଶୋ’ରେ ନଜର ଆସିବେ ପ୍ରିୟଙ୍କା ଏବଂ ନିକ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଟିଭି ଶୋ’ରେ ନଜର ଆସିବେ ପ୍ରିୟଙ୍କା ଏବଂ ନିକ୍‌ !

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା କପଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କୁ ଖୁବ୍‌ ଶୀଘ୍ର ଆପଣ ଟିଭି ଶୋ’ରେ ଦେଖିବାକୁ ପାଇବେ। ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋ ‘ଡ୍ୟାନ୍ସ ପ୍ଲସ୍‌-୪’ରେ ଏହି ଦୁଇ ଜଣଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।

ନିର୍ବନ୍ଧ ପରେ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ବିଭିନ୍ନ ପ୍ରୋଗ୍ରାମ୍‌ ଏବଂ ଶୋ’ରେ ଏକାଠି ଦେଖିବାକୁ ମିଳୁଛି। କିନ୍ତୁ କୌଣସି ହିନ୍ଦୀ ଟିଭି ଶୋ’ରେ ଏହି ଯୋଡ଼ି ଯୋଗ ଦେଇନଥିଲେ। ପ୍ରିୟଙ୍କାଙ୍କ କହିବା ଅନୁଯାୟୀ ‘ଗତ କିଛି ଦନ ହେବ ନିକ୍‌ ମୁମ୍ବାଇକୁ ବହୁତ ଭଲ ଭାବରେ ଜାଣି ଗଲେଣି’।  ସେ ଏବଂ ଶୋ’ର ଜଜ୍ ତଥା କୋରିଓଗ୍ରାଫର୍‌ ରେମୋ ଡି’ସୋଜାଙ୍କ ସହ ମିଶି ଡାନ୍ସ ଶୋ’ ଜଜ୍ କରିବେ।

ଏଥିସହ ନିକ୍‌ ତାଙ୍କ ଆଗାମୀ ମ୍ୟୁଜିକ୍‌ର ପ୍ରମୋସନ୍‌ ମଧ୍ୟ କରିବେ।

ଶୁଣିବାକୁ ମିଳୁଛି ପ୍ରିୟଙ୍କା ଚାହୁଁଛନ୍ତି ଯେ, ନିକ୍‌ଙ୍କର କିଛି ଭାରତୀୟ ପ୍ରଶଂସକ ରୁହନ୍ତୁ ଏବଂ ଭାରତରେ ତାଙ୍କ ଗୀତର ଚାହିଦା ବଢୁ।

ଯଦି ଯୋଜନା ଅନୁସାରେ ଏହି ଶୋ’ର  ଶୁଟିଂ ହୁଏ ତେବେ ବଡ଼ଦିନରେ ଏହି ଏପିସୋଡର ପ୍ରସାରଣ କରାଯିବ।



from Odisha Reporter https://ift.tt/2OSWh9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages