ବେଦାନ୍ତକୁ ବକ୍ସାଇଟ ଯୋଗାଣରେ କୋଟି କୋଟି ଟଙ୍କା ଲୁଟ ହେଉଛି: ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ବେଦାନ୍ତକୁ ବକ୍ସାଇଟ ଯୋଗାଣରେ କୋଟି କୋଟି ଟଙ୍କା ଲୁଟ ହେଉଛି: ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଥିବା ବେଳେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବାଣ ମାରି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଉଥିଲେ। ଯାହା ଶାସକ ଦଳିଆ ବିଧାୟକଙ୍କୁ ଅଡ଼ୁଆରେ ପକାଉଥିଲା। ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ ଦଳରୁ ବହିଷ୍କାର ହେବା ପରେ ଦାମ ତାଙ୍କ ସ୍ୱରକୁ ଅଧିକ ଶାଣିତ କରିଛନ୍ତି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡ଼ି ଖୋଲୁଛନ୍ତି। ଯାହା ରାଜ୍ୟ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି।

ରାଜ୍ୟ ସରକାର ବେଦାନ୍ତକୁ ବକ୍ସାଇଟ ଯୋଗାଇଦେବାରେ ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ଆଜି ନୂଆ ଅଭିଯୋଗ ଆଣିଛନ୍ତି ଡାକ୍ତର ରାଉତ।

ସେ କହିଛନ୍ତି-“କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ଦରଠାରୁ କାହିଁ କେତେ କମ୍‌ ଦରରେ ରାଜ୍ୟ ସରକାର ବେଦାନ୍ତକୁ ବକ୍ସାଇଟ୍ ପଥର ଦେଉଛନ୍ତି। ଏହାଦ୍ୱାରା ଦିନକୁ କୋଟି କୋଟି ଟଙ୍କା ଲୁଟ୍‌ ହେଉଛି। କମ୍ପାନୀ ମାଲିକଠାରୁ ଲାଞ୍ଚ ନେଇ ଜାତୀୟ ସମ୍ପତ୍ତି ଲୁଟ୍ କରାଯାଉଛି। ବକ୍ସାଇଟ ପାଇଁ ଦର ଧାର୍ଯ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଖଣି ନିଗମ ଅତି କମ୍‌ ଦରରେ ବେଦାନ୍ତକୁ ବକ୍ସାଇଟ ଦେଉଛି।”

ସେ ଆହୁରି କହିଛନ୍ତି-“ରାତି ଗୋଟାଏ ବେଳେ ବେଆଇନ୍‌ ଭାବେ ଶହଶହ ଟ୍ରକ୍‌ରେ ବେଦାନ୍ତକୁ ବକ୍‌ସାଇଟ୍‌ ଯୋଗାଇ ଦିଆଯାଉଛି। ଏହି ସମୟରେ ଅନ୍‌ଲାଇନ୍‌ରେ ଟ୍ରାଞ୍ଜିଟ୍‌ ପାସ୍‌ ଦିଆଯିବା କଥା। ମାତ୍ର ହାତରେ ଲେଖି ଟ୍ରାଞ୍ଜିଟ୍‌ ପାସ୍‌ ଦିଆଯାଉଛି। ଏହି କାମ କରିବା ପାଇଁ ଜଣେ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଏହାର ସିବିଆଇ ତଦନ୍ତ ହେବା ଉଚିତ। ମାତ୍ର ସିବିଆଇରେ ବର୍ତ୍ତମାନ ଯେମିତି ପରିସ୍ଥିତି ସୃଷ୍ଟି ହୋଇଛି, ଆଉ ସିବିଆଇ ତଦନ୍ତ କରିବା ପାଇଁ କହିବାକୁ ମନ ବଳାଉନାହିଁ। କାରଣ ସିବିଆଇ ଅଫିସରମାନେ ନିଜ ବିଭାଗର ଅଧିକାରୀଙ୍କ ଘରେ ରେଡ୍‌ କରୁଛନ୍ତି। ଏଥିରୁ ଅନୁମାନ କରାଯାଉଛି ସିବିଆଇ ଅଫିସରମାନେ ଲାଞ୍ଚ ନେଇ ଓଡ଼ିଶାରେ ମଧ୍ୟ ହୋଇଥିବା ଦୁର୍ନୀତିର ଠିକ୍‌ ଭାବେ ତଦନ୍ତ କରୁନାହାନ୍ତି।”

ସେ ଅହୁରି କହିଛନ୍ତି-“ସିବିଆଇ ନାଁରେ ବର୍ତ୍ତମାନ ଯେଉଁ ଅଭିଯୋଗ ଆସିଛି, ତାହାକୁ ସମଗ୍ର ଦେଶରେ ପ୍ରତିବାଦ କରାଯାଉଛି। ଜଣେ ପରେ ଜଣେ ନେତା ବୟାନ୍‌ ଦେଉଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। ଚୁପ୍‌ ରହୁଛନ୍ତି। ଏଥିରୁ କ’ଣ ଜଣାପଡ଼ୁନି ସିବିଆଇ ସହିତ ଏମାନଙ୍କର ଭିତିରି ସମ୍ପର୍କ ରହିଛି। ଯଦି ଭିତିରି ସମ୍ପର୍କ ନାହିଁ, ତାହାହେଲେ ଓଡ଼ିଶାରେ ଯେତେ ଦୁର୍ନୀତି ହୋଇଛି ତାହାର ଅନୁସନ୍ଧାନ କାହିଁକି ହେଉନି?”



from Odisha Reporter https://ift.tt/2yC6RrJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages