ବିଭାଜନ ପାଇଁ ପାକିସ୍ତାନ ଯେତିକି ଦାୟୀ ଭାରତ ସେତିକି ଦାୟୀ: ହମିଦ୍‌ ଅନ୍‌ସାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ବିଭାଜନ ପାଇଁ ପାକିସ୍ତାନ ଯେତିକି ଦାୟୀ ଭାରତ ସେତିକି ଦାୟୀ: ହମିଦ୍‌ ଅନ୍‌ସାରୀ

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସୁଥିବା ପୂର୍ବତନ ଉପ ରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ପୁଣି ସେହିଭଳି ଏକ ମନ୍ତବ୍ୟ ଦେଇ ପାକିସ୍ତାନ ସହ ଭାରତର ତୁଳନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ବିଭାଜନ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଦେଶର ବିଭାଜନ ପାଇଁ କେବଳ ପାକିସ୍ତାନ ଦାୟୀ ନୁହେଁ, ଏଥିପାଇଁ ଭାରତ ଏବଂ ବ୍ରିଟିଶ ଶାସନ ମଧ୍ୟ ସମ ପରିମାଣରେ ଦାୟୀ।

ସେ କହିଛନ୍ତି, “ଆମେ ମାନିବାକୁ ରାଜି ନୁହେଁ ଯେ, ଆମେ ମଧ୍ୟ ସମପରିମାଣରେ ଦାୟୀ। ଲୋକେ ସୀମା ଆରପାରିରେ ଥିବା ପାକିସ୍ତାନ ଏବଂ ବ୍ରିଟିଶ୍‌ ହିଁ ବିଭାଜନ ପାଇଁ ଦାୟୀ ବୋଲି ଭାବୁଛନ୍ତି, କିନ୍ତୁ କେହି ମଧ୍ୟ ମାନିବାକୁ ରାଜି ନୁହେଁ ଯେ ଭାରତ ଏବଂ ଭାରତୀୟମାନେ ମଧ୍ୟ ଏଥିପାଇଁ ଦାୟୀ।”

ଭାରତ ସ୍ୱଧୀନତାର ୪ ଦିନ ପୂର୍ବରୁ ଅର୍ଥାତ ୧୧ ଅଗଷ୍ଟ ୧୯୪୭ରେ ଳୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଇଥିବା ଏକ ଭାଷଣକୁ ଉଦାହରଣ ଭାବେ ବ୍ୟବହାର କରି ସେ କହିଥିଲେ, ପଟେଲ ଗଭୀର ବିଚାରବିମର୍ଶ ପରେ ଯାଇ ଏହି ଚରମ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମରୁ ବିଭାଜନକୁ ବିରୋଧ କରୁଥିଲେ ହେଁ, ପରବର୍ତ୍ତୀ ମୁହୂର୍ତ୍ତରେ ଭାବିଥିଲେ ଭାରତକୁ ଏକାଠି ରଖିବାକୁ ହେଲେ ଏହାର ବିଭାଜନ କରିବାକୁ ହେବ। ପଟେଲଙ୍କ ରେକର୍ଡରେ ଏହି ଭାଷଣ ଉପଲବ୍ଧ ରହିଛି ବୋଲି ସେ କହିଥିଲେ।

ଦେଶର ରାଜନୀତି ପାଣିପାଗ ବଦଳିଛି, ତେଣୁ କେହି ନା କେହି ଅପମାନିତ ହେବ ଏବଂ ସମାଲୋଚନାର ଶିକାର ହେବ। ତେଣୁ ମୁସଲିମ୍‌ ‘ବଳିଛାଗ’ ହୋଇଗଲେ ଏବଂ ବିଭାଜନ ପାଇଁ ସେମାନେ ହିଁ ଦାୟୀ ହେଲେ ବୋଲି ଅନ୍‌ସାରୀ କହିଛନ୍ତି।

ଅନ୍‌ସାରୀଙ୍କ ଏପରି ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି।



from Odisha Reporter https://ift.tt/2Pooh4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages