ଅମୃତସର ଟ୍ରେନ୍‌ ଟ୍ରାଜେଡି: କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଅମୃତସର ଟ୍ରେନ୍‌ ଟ୍ରାଜେଡି: କିଛି ତଥ୍ୟ

ଅମୃତସର: ରେଳ ଧାରଣାରେ ରାବଣପୋଡ଼ିର ଦୃଶ୍ୟ ଦେଖୁଥିବା ବେଳେ ଶହଶହ ଲୋକଙ୍କ ଉପରେ ଦ୍ରୁତଗାମୀ ଟ୍ରେନ୍‌ ମାଡ଼ି ଯିବା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଜାବର ଅମୃତସର ନିକଟ ଜୋରା ଫାଟକର ଧୋବିଘାଟ ଠାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଏହାକୁ ରାଜନୀତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି।

ତେବେ ଏହି ମର୍ମନ୍ତୁଦ ଘଟଣା ସମ୍ପର୍କରେ କିଛି ତଥ୍ୟ ସଂକ୍ଷେପରେ:

୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦୁର୍ଘଟଣାରେ ଆହତ ହୋଇ ଅମନଦୀପ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଆଜି ଭେଟିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି, ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଅମୃତସର ଜିଲ୍ଲାପାଳଙ୍କୁ ୩ କୋଟି ଟଙ୍କା ଅର୍ଥ ଦିଆଯାଇଛି। ଆମେ ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଏଥିସହ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ।

୨: ଆଜି ସକାଳୁ ଦୁର୍ଘଟଣାସ୍ଥଳରେ ଶତାଧିକ ଲୋକ ଆନ୍ଦୋଳନ କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିସହ ସେମାନେ ସଂପୃକ୍ତ ଟ୍ରେନ୍‌ର ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

୩: ଦୁର୍ଘଟଣାକୁ ଗୋଟିଏ ଦିନ ବିତିଥିଲେ ହେଁ ଏଯାଏ ରାବଣପୋଡ଼ି ଆୟୋଜନ କରୁଥିବା ସଂଗଠନ ବିରୋଧରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

୪: ରେଳ ଧାରଣାରେ ଲୋକମାନେ ଅନଧିକାର ପ୍ରବେଶ କରିଥିଲେ। ତେଣୁ ଏହି ଘଟଣାରେ ରେଳବାଇ ପକ୍ଷରୁ କୌଣସି ତଦନ୍ତ କରାଯିବନାହିଁ। ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନ ଲୋହାନି କହିଛନ୍ତି, ଏହି ଦୁର୍ଘଟଣା ପଛରେ ରେଳବାଇର ଦାୟିତ୍ୱହୀନତା ରହିଛି ବୋଲି କହିପାରିବା ନାହିଁ। ଉକ୍ତ ରେଳ ଲାଇନ୍‌ରେ ଦୁଇଟି ଲେଭେଲ୍‌ କ୍ରସିଂ ଥିଲା ଏବଂ ଦୁଇଟି ଯାକର ଫାଟକ ବନ୍ଦ ରହିଥିଲା। ଏହା ଏକ ମୁଖ୍ୟ ରେଳ ପଥ। ଟ୍ରେନ୍‌ର ଗତି ଉପରେ ଏଠାରେ କୌଣସି ପ୍ରତିବନ୍ଧକ ନଥିଲା। ରେଳ ଧାରଣା ପାଖରେ ଦଶହରା ଉତ୍ସବ ପାଳନ ନେଇ ପ୍ରଶାସନ ପକ୍ଷରୁ ରେଳବାଇକୁ କୌଣସି ସୂଚନା ଦିଆଯାଇ ନଥିଲା। ଲୋକମାନେ ରେଳଧାରଣା ଉପରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିଲେ। ସେମାନେ ଅଧିକ ସତର୍କ ରହିବା ଉଚିତ ଥିଲା ବୋଲି ସେ କହିଛନ୍ତି।

୫: ରେଳ ଧାରଣା ଟ୍ରାଜେଡି ପରେ ଆଜି ୧୦ଟି ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଓ ୨୬ଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ୧୬ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

୬: ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡୋ ଓ ରାପିଡ୍‌ ଆକ୍ସନ୍‌ ଫୋର୍ସର ଯବାନମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ ମୁତୟନ ହୋଇଛନ୍ତି। ଏଥିସହ ବ୍ୟାପକ ସଂଖ୍ୟାରେ ପୁଲିସ୍‌ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମୁତୟନ ହୋଇଛନ୍ତି।

୭: ଆଜି ସକାଳେ ଆହତଙ୍କୁ ଭେଟିବାକୁ ହସ୍ପିଟାଲ୍‌ ଯାଇଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ୍ ସିଂହ ସିଦ୍ଧୁ କହିଛନ୍ତି, ଏହା ଏକ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା। ଆମେ ବୁଝିବା ଦରକାର ଯେ ଏହା ଏକ ଦୁର୍ଘଟଣା। କିଛି ତ ଭୁଲ ହୋଇଛି, କିନ୍ତୁ ଏହାର ଅର୍ଥ ନୁହେଁ କେହି ଜାଣିଶୁଣି ଏପରି କରିଛି।

୮: ପଞ୍ଜାବ ରାଜ୍ୟପାଳ ଭିପି ସିଂହ ହସ୍ପିଟାଲ୍‌ ଯିବା ସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।



from Odisha Reporter https://ift.tt/2pZQrEy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages