
ନୂଆଦିଲ୍ଲୀ: ଶୁକ୍ରବାର ଭଳି ଶନିବାର ମଧ୍ୟ ଦେଶରେ ତୈଳଦର ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ପାଇବାରୁ ଏହାର ପ୍ରଭାବରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦରରେ ହ୍ରାସ ଘଟିଛି।
ଆଜି ଦିଲ୍ଲୀରେ ପେଟ୍ରୋଲ୍ର ଲିଟର ପିଛା ଦର ୩୯ ପଇସା କମିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ୧୨ ପଇସା ଶସ୍ତା ହୋଇଛି। ଏଭଳି ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲର୍ ଲିଟର୍ ପିଛା ଦର ୮୧.୯୯ ଟଙ୍କା ରହିଥିବା ବେଳେ ଡିଜେଲ୍ର ଲିଟର ପିଛା ଦର ୭୫.୩୬ ଟଙ୍କା ରହିଛି।
ମୁମ୍ବାଇରେ ପେଟ୍ରୋଲ୍ର ଲିଟର୍ ପିଛା ଦର ୩୮ ପଇସା କମ ହୋଇଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୧୩ ପଇସା କମିଛି। ଆଜି ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ଦର ୮୭.୪୬ ଟଙ୍କା ରହିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୭୯ ଟଙ୍କା ହୋଇଛି।
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା ଦାମ ୨୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ୍ ଲିଟର୍ ପିଛା ମାତ୍ର ୩ ପଇସା ଶସ୍ତା ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ୍ର ଲିଟର୍ ପିଛା ଦର ୮୦.୯୨ ରହିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୮୦.୯୮ ଟଙ୍କା ରହିଛି।
ଅକ୍ଟୋବର ୫ରେ କେନ୍ଦ୍ର ସରକାର ତୈଳଦର ଉପରେ ୨.୫୦ ଟଙ୍କା ଟିକସ୍ ଛାଡ଼ କରିଥିଲେ। ତେବେ ଏହାପରେ ମଧ୍ୟ ଡିଜେଲ୍ ଦର ୨.୭୪ ଟଙ୍କା ଓ ପେଟ୍ରୋଲର୍ର ଲିଟର୍ ପିଛା ଦର ୧.୩୩ ଟଙ୍କା ମହଙ୍ଗା ହୋଇଥିଲା।
from Odisha Reporter https://ift.tt/2Pe7PDS
No comments:
Post a Comment