ମହାକାଶରେ ସନ୍ତାନ ପ୍ରସବ କରିବେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ମହାକାଶରେ ସନ୍ତାନ ପ୍ରସବ କରିବେ ମହିଳା

ନୂଆଦିଲ୍ଲୀ: ପୃଥିବୀ ବାହାରେ ମଧ୍ୟ ଜୀବସତ୍ତା ରହିଛି। ଏଣୁ ପୃଥିବୀ ବାହାରେ ମଣିଷ ଜୀବନଧାରଣ କରିବା ସମ୍ଭବ। ଏହା ସହିତ ସେଠାରେ ନିଜର ସନ୍ତାନକୁ ମଧ୍ୟ ଜନ୍ମ ଦେଇପାରିବ। ଏହି କଥା ଆମେ ବୈଜ୍ଞାନିକମାନଙ୍କଠାରୁ ଶୁଣିବାକୁ ପାଉଛୁ। କିନ୍ତୁ ଏହାକୁ ପ୍ରମାଣିତ କରିବା ପାଇଁ ନେଦର୍‌ଲ୍ୟାଣ୍ଡ୍‌ର ଏକ କମ୍ପାନୀ ଯୋଜନା ଆରମ୍ଭ କରିଛି।

କମ୍ପାନୀର କହିବା ଅନୁସାରେ, ଆଗାମୀ ୬ବର୍ଷ ମଧ୍ୟରେ ଗର୍ଭବତୀ ମହିଳାମାନେ ମହାକାଶରେ ନିଜ ସନ୍ତାନକୁ ଜନ୍ମ ଦେଇ ପାରିବେ।

ନେଦରଲ୍ୟାଣ୍ଡ୍‌ର ‘ସ୍ସେସ୍‌ଲାଇଫ୍‌ ଓରିଜିନ୍‌’ କମ୍ପାନୀ ଏହି କଥାକୁ ପ୍ରମାଣିତ କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ କରିସାରିଛି। ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ୨୦୨୪ ମଧ୍ୟରେ ଜଣେ ଗର୍ଭବତୀ ପୃଥିବୀଠାରୁ ୪୦୦ କିଲୋମିଟର ଦୂରକୁ ଯାଇ ସନ୍ତାନ ପ୍ରସବ କରିପାରିବେ।

କମ୍ପାନୀ କରିଥିବା ଯୋଜନା ଅନୁସାରେ, ମହିଳାଙ୍କୁ ରକେଟ୍‌ ଜରିଆରେ ମହାକାଶକୁ ପଠାଯିବ ଏବଂ ଏହି ମିଶନ ୩୬ ଘଣ୍ଟାର ପର୍ଯ୍ୟନ୍ତ ଚାଲିବ।
ଏହି ମିଶନକୁ ସଫଳ କରିବା ପାଇଁ କମ୍ପାନୀ କିଛି ମହିଳାଙ୍କ ନାମ ପଞ୍ଜିକୃତ କରିଛି। ଏପରି ମହିଳା ଯେଉଁମାନେ ମହାକାଶରେ ସନ୍ତାନ ପ୍ରସବ କରାଇବା ପାଇଁ ଇଚ୍ଛୁକ ଅଛନ୍ତି, ସେହି ମହିଳାମାନେ ନିଜର ନାମ କମ୍ପାନୀକୁ ଦେଇ ପଞ୍ଜିକୃତ କରିପାରିବେ ବୋଲି ମଧ୍ୟ କୁହାଯାଇଛି।

କିନ୍ତୁ ଏଥିପାଇଁ ସର୍ତ୍ତ ରହିଛି। ଏହି ସର୍ତ୍ତ ଅନୁସାରେ, ଯେଉଁ ମହିଳାମାନେ ପୂର୍ବରୁ ବିନା କୌଣସି ସମସ୍ୟାରେ ସନ୍ତାନ ପ୍ରସବ କରିସାରିଛନ୍ତି, କେବଳ ସେହିମାନେ ହିଁ ମହାକାଶକୁ ଯାଇ ତାଙ୍କର ତୃତୀୟ ସନ୍ତାନ ପ୍ରସବ କରି ପାରିବେ।

କମ୍ପାନୀ ନିଜର ଏହି ଯୋଜନାକୁ ନେଇ  କହିଛି, ମହାକାଶରେ ଜନ୍ମ ନେବାକୁ ଥିବା ଶିଶୁ ପାଇଁ ଏହା ଏକ ଛୋଟ କାମ କିନ୍ତୁ ମାନବଜାତି ପାଇଁ ଏହା ସବୁଠାରୁ ବଡ଼ ପଦକ୍ଷେପ ହେବାକୁ ଯାଉଛି।

ହାକାଶରେ ସନ୍ତାନ ଜନ୍ମ ଦେବା ପାଇଁ ଇଚ୍ଛୁକ ଥିବା ମହିଳାଙ୍କୁ ମହାକାଶରେ କମ୍‌ ରାଡିଏସନ୍‌ ଥିବା ସ୍ଥାନକୁ ନିଆଯିବ। ଯେପରି ତାଙ୍କର ଏକ୍ସପୋଜର୍‌ କମ୍‌ ହୋଇପାରିବ।

କମ୍ପାନୀ ତାର ଯୋଜନାକୁ ସଫଳ କରିବା ପାଇଁ ୨୫ ଜଣ ମହିଳାଙ୍କୁ ଚୟନ କରିଛି।



from Odisha Reporter https://ift.tt/2zcMIbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages