ପଦଯାତ୍ରା ବେଳେ ବିରୋଧ, ବାଟ ଭାଙ୍ଗି ଚାଲିଗଲେ ବିଜେଡି ଜିଲ୍ଲା ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ପଦଯାତ୍ରା ବେଳେ ବିରୋଧ, ବାଟ ଭାଙ୍ଗି ଚାଲିଗଲେ ବିଜେଡି ଜିଲ୍ଲା ସଭାପତି

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଆଜିକାଲି ବିଜେଡିରେ କିଛି ଠିକ୍‌ ନଥିଲା ପରି ମନେ ହେଉଛି। କାହିଁକି ନାଁ ସବୁଠି ବିରୋଧରେ ସମ୍ମୁଖୀନ ହେଉଛନ୍ତି ବିଜେଡି ନେତା। ଆଜି ସେମିତି ଏକ ପରିସ୍ଥିତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ କର୍ମୀଙ୍କ ଗହଣରେ ପଦଯାତ୍ରାରେ ଯାଉଥିବା ବେଳେ ବିରୋଧରେ ସମ୍ମୁଖୀନ ହୋଇଥିଲେ। ପରେ ସେ ବାଟ ଭାଙ୍ଗି ଚାଲି ଯାଇଥିବା ଆଲୋଚନା ହେଉଛି।

ଆଜି ଖଡ଼ିଅଣ୍ଟା ଓ କଖାରୁଣି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ହେବାର ଥିଲା। କଖାରୁଣି ପଞ୍ଚାୟତରେ ପ୍ରଥମେ ପଦଯାତ୍ରା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁ ଶତାଧିକ କର୍ମୀଙ୍କ ଗହଣରେ ପଦଯାତ୍ରାରେ ଯାଉଥିଲେ। ତେବେ ହରିଜନ ସାହିରେ ସେମାନଙ୍କୁ ବିରୋଧୀ ଗୋଷ୍ଠୀ ବିରୋଧ କରିଥିଲେ। ଫଳରେ ବିଜେଡି କର୍ମୀ ଓ ବିରୋଧୀଙ୍କ ମଧ୍ୟରେ ଠେଲାପେଲା ହୋଇ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ କିଛି ଉପାୟ ନପାଇ ଶ୍ରୀ ସାହୁ ଅନ୍ୟ ରାସ୍ତା ଦେଇ ସେଠାରୁ ପଳାଇ ଯାଇଥିଲେ।

ସୂଚନାରୁ ପ୍ରକାଶ, ଏକ ସାମାଜିକ କାର୍ଯ୍ୟକ୍ରମରେ ଡ୍ରୋନ ଉଡ଼ାକୁ ନେଇ ଧ୍ରୁବ ସାହୁଙ୍କ ସମର୍ଥକମାନେ ହରିଜନ ସାହିର ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହା ସହ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଧ୍ରୁବ ସାହୁ ସମର୍ଥନ କରିନଥିଲେ। ଯାହାକୁ ନେଇ ସାହିବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଯାହା ଆଜିର ଘଟଣାରେ ପ୍ରତିଫଳିତ ହୋଇଛି।



from Odisha Reporter https://ift.tt/2D8j9Ma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages