ପୁଲିସ୍‌କୁ ଚକ୍‌ମା ଦେଉଛନ୍ତି ମନ୍ତ୍ରୀଙ୍କ ରସିକିଆ ପିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ପୁଲିସ୍‌କୁ ଚକ୍‌ମା ଦେଉଛନ୍ତି ମନ୍ତ୍ରୀଙ୍କ ରସିକିଆ ପିଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ ପିଏ ଏବେ କୁଆଡ଼େ ପୁଲିସକୁ ବାରମ୍ବାର ଚକମା ଦେଇ ଖସି ଯାଉଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଏହି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବିରୋଧରେ ଥାନାରେ ଅଭିଯୋଗ ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିପାରୁନି। ମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରୁ ସିଏ ବାହାରୁ ନଥିବାରୁ ପୁଲିସ କୁଆଡ଼େ ତାଙ୍କୁ ଗିରଫ କରିବାକୁ ସକ୍ଷମ ହେଉନି।

ଚର୍ଚ୍ଚା ହେଉଛି, ରାଜଧାନୀର ଏମଏଲଏ କଲୋନୀ (ରାଜ୍ୟ ଅତିଥି ଭବନ ସମ୍ମୁଖ)ରେ ଥିବା ମନ୍ତ୍ରୀଙ୍କ କ୍ୱାର୍ଟର୍ସ ସମ୍ମୁଖରେ ଗୋଟିଏ ଛୋଟ ପାର୍କ ରହିଛି। ଚାକିରି ଆଶାରେ ଦୂରଦୂରାନ୍ତରୁ ଆସି ବିଭିନ୍ନ ଏମଏଲଏଙ୍କ ଘରେ ରାତିରେ ମୁଣ୍ଡ ଗୁଞ୍ଜୁଥିବା ଶିକ୍ଷିତ ଯୁବକଯୁବତୀମାନେ କୁଆଡ଼େ ଏହି ପାର୍କରେ ବସି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି। ବିଧାୟକମାନଙ୍କ ଘରେ ଭିଡ଼ ଓ କୋଳାହଳ ହେଉଥିବାରୁ ପିଲାମାନେ ଦଳ ଦଳ ହୋଇ ସେହି ପାର୍କରେ ବସି ପରୀକ୍ଷା ପ୍ରସ୍ତୁତି କରିଥାନ୍ତି।

ଚର୍ଚ୍ଚା ହେଉଛି, ଏହି ମନ୍ତ୍ରୀ କୁଆଡ଼େ ତାଙ୍କ ପିଏଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ତାଙ୍କୁ ଗିରଫ ନକରି ମାମଲାକୁ ରଫାଦଫା କରିବାକୁ କୁଆଡ଼େ ପୁଲିସ ଉପରେ ଚାପ ପକାଇଛନ୍ତି। ମନ୍ତ୍ରୀଙ୍କ ଚାପରେ ସମ୍ପୃକ୍ତ ଥାନା ଆଇଆଇସି କୁଆଡ଼େ ଏହି ଯୁବତୀମାନଙ୍କର ଅଭିଯୋଗ ଉପରେ କିଛି ଆକ୍ସନ୍ ନିଆଯାଇ ପାରିବ ନାହିଁ ବୋଲି ରୋକଠୋକ୍ ଭାବେ ନାସ୍ତିବାଣୀ ଶୁଣାଇଛନ୍ତି।

କିନ୍ତୁ ସମ୍ପୃକ୍ତ ମନ୍ତ୍ରୀଙ୍କ ପିଏ କୁଆଡ଼େ ଏହି ପାର୍କରେ ବସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀମାନଙ୍କୁ ବାରମ୍ବାର ଖରାପ ଇଙ୍ଗିତ ଓ ଦୁର୍ବ୍ୟବହାର କରିଥାନ୍ତି। ସେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପିଏ ହୋଇଥିବାରୁ ଯୁବତୀମାନେ ମୁହଁ ଖୋଲିବାକୁ ସାହସ କରପାରନ୍ତି ନାହିଁ। ମାତ୍ର ନିକଟରେ ସମ୍ପୃକ୍ତ ମନ୍ତ୍ରୀଙ୍କ ପିଏ କୁଆଡ଼େ ନିଜର ପ୍ୟାଣ୍ଟ ଖୋଲି ଏହି ଯୁବତୀମାନଙ୍କୁ ଅତ୍ୟନ୍ତ ଅଶାଳୀନ ବ୍ୟବହାର କରିବାପରେ କିଛ ଯୁବକଯୁବତୀ ମିଳିତ ଭାବେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଆଉ ଅଭିଯୋଗ ଆଧାରରେ ପୁଲିସ ୨ଥର ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ ମଧ୍ୟ ଭିତରକୁ ପ୍ରବେଶ ନକରି ବାହାରୁ ବାହାରୁ ଫେରି ଯାଉଛି।

ଚର୍ଚ୍ଚା ହେଉଛି, ଏହି ମନ୍ତ୍ରୀ କୁଆଡ଼େ ତାଙ୍କ ପିଏଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ତାଙ୍କୁ ଗିରଫ ନକରି ମାମଲାକୁ ରଫାଦଫା କରିବାକୁ କୁଆଡ଼େ ପୁଲିସ ଉପରେ ଚାପ ପକାଇଛନ୍ତି। ମନ୍ତ୍ରୀଙ୍କ ଚାପରେ ସମ୍ପୃକ୍ତ ଥାନା ଆଇଆଇସି କୁଆଡ଼େ ଏହି ଯୁବତୀମାନଙ୍କର ଅଭିଯୋଗ ଉପରେ କିଛି ଆକ୍ସନ୍ ନିଆଯାଇ ପାରିବ ନାହିଁ ବୋଲି ରୋକଠୋକ୍ ଭାବେ ନାସ୍ତିବାଣୀ ଶୁଣାଇଛନ୍ତି। ଆଉ ଏହା ଜାଣିବା ପରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ରାଜଧାନୀ ଆସିଥିବା ଏହି ଗରିବ ମେଧାବୀ ଯୁବକଯୁବତୀମାନେ ଏବେ ଚୁପ୍ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା।



from Odisha Reporter https://ift.tt/2PjRRbs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages