
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ‘ନାନ୍ଖଟା’ଇ ଏକପ୍ରକାରର ପାରମ୍ପରିକ ଭାରତୀୟ ମିଠା ବିସ୍କୁଟ୍, ଯାହା ବିଶେଷ କରି ଦୀପାବଳିରେ ପ୍ରସ୍ତୁତ କରାଯାଏ।
ଏହାକୁ ବିନା ଅଣ୍ଡାରେ ଅତି ସହଜରେ ଘରେ ପ୍ରସ୍ତୁତ କରାଯାଇପାରିବ। ଆସନ୍ତୁ ଜାଣିବା, କିପରି ଘରେ ପ୍ରସ୍ତୁତ କରିବେ ‘ନାନ୍ଖଟାଇ’।
ଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଲୁଣ, ଘିଅ କମ୍ବା ବଟର୍, କଟା ଆଲମଣ୍ଡ୍ ଓ ପେସ୍ତା ବାଦାମ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା ଓ ସୁଜିକୁ ଚାଲୁଣିରେ ଚଲାଇ ଦିଅନ୍ତୁ। ଏବେ ଏଥିରେ ବେକିଂ ସୋଡ଼ା ଓ ଲୁଣ ମିଶାନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ବଟର୍ କିମ୍ବା ଘିଅ ସହ ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇଦିଅନ୍ତୁ। ଏହାପରେ ଏଥିରେ ମଇଦା ଓ ସୁଜିର ମିଶ୍ରଣକୁ ମିଶାଇ ଅଟା ଦଳିଲା ଭଳି ଭଲ ଭାବେ ନରମ କରି ଚକଟି ଦିଅନ୍ତୁ।
ଏହା ପରେ ଓଭନକୁ ୩୫୦ ଡିଗ୍ରି ଫ୍ୟାରେନ୍ହାଇଟ୍(୧୮୦ ସେଣ୍ଟିଗ୍ରେଡ୍)ରେ ୧୦ ମିନିଟ୍ ଯାଏ ଗରମ କରନ୍ତୁ। ବର୍ତ୍ତମାନ ଅଟାକୁ ଛୋଟ ଛୋଟ ଗୁଳା କରିବା ପରେ ଗୁଳାଗୁଡ଼ିକୁ ହାତରେ ଚେପଟା କରି ଦିଅନ୍ତୁ। ଏହା ଉପରେ ଆଲମଣ୍ଡ ଓ ପିସ୍ତା ରଖିଦିଅନ୍ତୁ । ଏବେ ବେକିଂ ଟ୍ରେରେ ଆଲୁମିନିୟମ ଫଏଲ ପକାନ୍ତୁ। ଏହା ଉପରେ ଚେପ୍ଟା ଗୁଳାଗୁଡ଼ିକୁ ଛଡ଼ା ଛଡ଼ା କରି ରଖି ସଜାଇ ଦିଅନ୍ତୁ। ବର୍ତ୍ତମାନ ଏହି ଟ୍ରେକୁ ଓଭନ ଭିତରେ ୩୫୦ ଫ୍ୟାରେନ୍ହାଇଟ୍(୧୮୦ ସେଣ୍ଟିଗ୍ରେଡ୍)ରେ ୧୦ ରୁ ୧୫ ମିନିଟ୍ ଯାଏ ରଖନ୍ତୁ। ୧୫ ମିନିଟ୍ ପରେ ଏହା ଗୋଲ୍ଡେନ୍ ରଙ୍ଗ ହୋଇଛି କି ନାହିଁ କାଢ଼ି ଦେଖନ୍ତୁ। ଯଦି ନ ହୋଇଥିବ ତେବେ ଏହାକୁ ଆଉ କିଛି ସମୟ ଓଭନରେ ବସାନ୍ତୁ।
ଏସବୁ ଗୋଲ୍ଡେନ୍ ରଙ୍ଗର ହୋଇଗଲେ ବାହାରକୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା, ଆପଣଙ୍କର ‘ନାନ୍ଖଟାଇ’। ଥଣ୍ଡା ହୋଇଗଲେ ଏଗୁଡ଼ିକ ବିସ୍କୁଟ୍ ପରି ମୁସ୍ ମୁସ୍ ହୋଇଯିବ। ଏହାକୁ ଆପଣ ୨ ସପ୍ତାହ ଯାଏ ଡବାରେ ରଖି ଖାଇ ପାରିବେ।
from Odisha Reporter https://ift.tt/2O8U98I
No comments:
Post a Comment