
ଜାକର୍ତ୍ତା: ସୋମବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକାଲ୍ ପିନାଙ୍ଗ୍ ଯାଉଥିବା ଏକ ବିମାନ ସମୁଦ୍ରରେ ଖସିପଡ଼ିଛି।
ବିମାନଟି ସମୁଦ୍ରରେ ଖସି ପଡ଼ିଥିବା ନେଇ ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସୀର ମୁଖପାତ୍ର ୟୁସୁଫ୍ ଲତିଫ୍ ସ୍ପଷ୍ଟ କରିଛନ୍ତି।
ଲାୟନ ଏୟାର ପାସେଞ୍ଜରର ଏହି ବିମାନଟି ସକାଳ ୬ଟା ୨୦ ମିନିଟ୍ରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୧୩ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ବିମାନରେ କେତେ ଯାତ୍ରୀ ବସିଥିଲେ ତାହା ସ୍ପଷ୍ଟ ହୋଇପାରିନି। ଲାୟନ ଏୟାର ଗ୍ରୁପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରି ଦେଛନ୍ତି। ତଥ୍ୟ ସଂଗ୍ରହ ଚାଲିଛି ବୋଲି ସେ କହିଛନ୍ତି।
from Odisha Reporter https://ift.tt/2SpmD1f
No comments:
Post a Comment