
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି କିଛି କାମ ଅଛି ଯାହାକୁ ସନ୍ଧ୍ୟା ସମୟରେ କରିବା ଉଚିତ୍ ନୁହେଁ। କାରଣ ସନ୍ଧ୍ୟାରେ ଏପରି କଲେ, ମା’ ଲକ୍ଷ୍ମୀ ଠାକୁରାଣୀ ରାଗି ଥା’ନ୍ତି। ଫଳରେ ଘରର ଆର୍ଥିକ ସ୍ଥିତି ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
ଆସନ୍ତୁ ଜାଣିବା, କେଉଁ ସବୁ କାମ ଭୁଲ୍ରେ ବି ସନ୍ଧ୍ୟା ସମୟରେ କରିବା ଆଦୌ ଉଚିତ୍ ନୁହେଁ।
କୁହାଯାଏ, ଯେଉଁ ଘର ସଫ ସୁତୁରା ରୁହେ ସେଠାରେ ମା’ ଲକ୍ଷ୍ମୀ ବାସ କରନ୍ତି। କିନ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ସନ୍ଧ୍ୟାବେଳେ ଘର ସଫାତୁତୁରା କରିବା ଉଚିତ୍ ନୁହେଁ। ଏଭଳି କଲେ ଦାରିଦ୍ର୍ୟ ଓ ଧାର କରଜର ଭାର ବଢ଼ିଯାଏ। ଏହାବ୍ୟତୀତ ସନ୍ଧ୍ୟା ସମୟରେ ଘର ସଫା କଲେ, ଘରୁ ସମସ୍ତ ସକାରାତ୍ମକ ଶକ୍ତି ବାହାରକୁ ପଳାଇଥା’ନ୍ତି।
ଭୁଲ୍ରେ ବି କେବେ ସନ୍ଧ୍ୟା ସମୟରେ ଶୋଇବା ଉଚିତ୍ ନୁହେଁ। ଏହାଦ୍ୱାରା ଆପଣଙ୍କ ଘରେ ଅଭାବ ଲାଗି ରୁହେ। ସନ୍ଧ୍ୟାବେଳେ ପୂଜା ପାଠ କଲେ ଘରକୁ ସୁଖ ସମୃଦ୍ଧି ଆସେ ଓ ଅର୍ଥାଭାବ ଦୂର ହୁଏ।
ଯଦି ଆପଣ ସନ୍ଧ୍ୟା ସମୟରେ ପୂଜା ପାଇଁ କିମ୍ବା ଅନ୍ୟ କୌଣସି କାମ ପାଇଁ ତୁଳସୀ ପତ୍ର ତୋଳୁଛନ୍ତି, ତେବେ ଆପଣଙ୍କ ଆର୍ଥିକ ସ୍ଥିତି ବିଗିଡ଼ିପାରେ। ତେଣୁ ସନ୍ଧ୍ୟା ହେବା ପୂର୍ବରୁ ଏହାକୁ ତୋଳି ରଖନ୍ତୁ।
କାହାକୁ ଧାର୍ ଦେବା ଓ କାହାଠୁ ଧାର୍ ନେବା ସବୁ ଦିନବେଳା କରନ୍ତୁ। ବିଶେଷ କରି, ସୋମବାର ଓ ବୁଧବାର ବ୍ୟତୀତ ଅନ୍ୟ ସମୟରେ ଆଦୌ ଏସବୁ କାମ କରନ୍ତୁ ନାହିଁ।
କେବେ ବି ଘରର କୋଣ ଓ କାନ୍ଥରେ ମଳି ବା ଅଳନ୍ଦି ଲାଗିବାକୁ ଦିଅନ୍ତୁ ନାହିଁ। ତେବେ ସନ୍ଧ୍ୟାରେ ଏସବୁ ସଫା ନ କରି ଦିନବେଳା କରନ୍ତୁ।
from Odisha Reporter https://ift.tt/2OLihmO
No comments:
Post a Comment