ସୁରକ୍ଷା ପାଇଁ ଖୋଜିଲେ ଗଳାବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସୁରକ୍ଷା ପାଇଁ ଖୋଜିଲେ ଗଳାବାଟ

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ଦୀର୍ଘ ସାଢ଼େ ୩ବର୍ଷ ଧରି ଚୁପ୍ ରହିବା ପରେ ଲୋକାୟୁକ୍ତ ଆଇନ ପାଇଁ ଗତ ଜୁଲାଇ ୭ତାରିଖରେ ବିଜ୍ଞପ୍ତି ଜାରି କରିଥିବା ରାଜ୍ୟ ସରକାର ଏବେ ସିଲେକ୍ସନ୍ କମିଟିରେ ଜଣେ ସଦସ୍ୟଙ୍କୁ ସାମିଲ କରିବା ନିମନ୍ତେ ମନ୍ତ୍ରଣା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ସିଲେକ୍ସନ୍ କମିଟି ବୈଠକରେ ସଦସ୍ୟ ଭାବେ ବାଚସ୍ପତି, ବିରୋଧୀ ଦଳ ନେତା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଯୋଗ ଦେବେ। ଆଇନର ପ୍ରାବଧାନ ଅନୁସାରେ ସିଲେକ୍ସନ୍ କମିଟିରେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ଜଣେ ସଦସ୍ୟଙ୍କୁ ଉପରୋକ୍ତ ସଦସ୍ୟମାନେ ଚୟନ କରିବେ।

ଶୁଣିବାକୁ ମିଳୁଛି, ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟବାଧକତାରେ ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର କୁଆଡ଼େ ନିଜର ଜଣେ ଅତ୍ୟନ୍ତ ଖାସ୍ ଅନୁଗତଙ୍କୁ ଏଥିରେ ସାମିଲ ନିମନ୍ତେ ବ୍ୟାକଡୋରରେ ଉଦ୍ୟମ କରିଛନ୍ତି। ନବୀନଙ୍କ ସହଯୋଗୀ ଭାବେ କାମ କରିଥିବା ଏହି ପ୍ରଶାସନିକ ଅଫିସର ଜଣକ କୁଆଡ଼େ ଚାକିରିରୁ ଅବସର ନେବା ପରେ ମଧ୍ୟ ନବୀନଙ୍କ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଭଳି କାର୍ଯ୍ୟ କରି ଆସୁଛନ୍ତି।

ଦୀର୍ଘ ଦେଢ଼ ଦଶନ୍ଧି ଧରି ସେହି ପୂର୍ବତନ ପ୍ରଶାସକ ରାଜ୍ୟ ରାଜନୀତି ଓ ପ୍ରଶାସନିକ ସ୍ଥିତି ସମ୍ପର୍କରେ ବେଶ ଅବଗତ ଥିବାରୁ କୁଆଡ଼େ ତାଙ୍କ ନାଁ ଉପରେ ସହମତି ପାଇଁ ତୃତୀୟ ମହଲା ତତ୍ପରତା ଦେଖାଇଛି । ନିର୍ବାଚନ ଆଉ କିଛିମାସ ଥିବାରୁ ତା’ ପୂର୍ବରୁ ସିଲେକ୍ସନ୍ କମିଟି ସଦସ୍ୟ ଚୟନ ଓ ସର୍ଚ୍ଚ କମିଟି ଗଠନ ପ୍ରକ୍ରିୟାକୁ ସାରିବାକୁ ତୃତୀୟ ମହଲା ଚାହୁଁଛି। କାରଣ ସିଲେକ୍ସନ କମିଟିରେ ସାମିଲ ହେବାକୁ ଥିବା ଜଣେ ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିଜର ଜଣେ ଖାସ୍ ଅନୁଗତଙ୍କୁ ମନୋନୀତ କରିବାକୁ ତୃତୀୟ ମହଲା ଲକ୍ଷ୍ୟ ରଖିଛି।

ବିରୋଧୀ ଦଳ ନେତାଙ୍କ ସମର୍ଥନ ମିଳିବାର ଯଥେଷ୍ଟ ସମ୍ଭାବନା ଥିବାରୁ କୁଆଡ଼େ ତୃତୀୟ ମହଲା ନିଜ ପସନ୍ଦର ବ୍ୟକ୍ତିଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରିବା ନେଇ ପୂର୍ଣ୍ଣ ଆଶ୍ୱସ୍ତ ଅଛି। ରାଜ୍ୟରେ ପୁଳା ପୁଳା ଦୁର୍ନୀତି ମାମଲା ଆସୁଥିବାରୁ କାଳେ ସାଧାରଣ ନିର୍ବାଚନ ପରେ କୌଣସି ସମସ୍ୟା ସୃଷ୍ଟି ହେବ, ସେଇଥିପାଇଁ କୁଆଡ଼େ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଖୁବଶୀଘ୍ର ସାରିଦେବାକୁ ତୃତୀୟ ମହଲା ଲକ୍ଷ୍ୟ ରଖିଛି। ନିର୍ବାଚନ ପରେ ବିରୋଧୀ ଦଳ ନେତା ପଦରେ ଯିଏ ରହିବେ, ସିଏ ହୁଏତ ଧରାଛୁଆଁ ଦେଇନପାରନ୍ତି।

ତେଣୁ ଲୋକାୟୁକ୍ତ ସଂସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ତୃତୀୟ ମହଲା ସହ ଘନିଷ୍ଠ ଭାବେ ଜଡ଼ିତ ଥିବା ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକଙ୍କୁ କୁଆଡ଼େ ଏହି ପଦରେ ବସାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ସଂଖ୍ୟାଗରିଷ୍ଠ ମତ ଆଧାରରେ ଏହି ବ୍ୟକ୍ତିଙ୍କୁ ଲୋକାୟୁକ୍ତ ସିଲେକ୍ସନ କମିଟିର ସଦସ୍ୟ ତଥା ରାଜ୍ୟପାଳଙ୍କ ପ୍ରତିନିଧି ଭାବେ ସମ୍ପୃକ୍ତ କମିଟିରେ ସ୍ଥାନ ମିଳିବ।

ଚର୍ଚ୍ଚା ହେଉଛି, ଦୀର୍ଘ କିଛିବର୍ଷ ହେଲା ସରକାରୀ ଚାକିରିରୁ ଅବସର ନେଇଥିବା ଏହି ବରିଷ୍ଠ ପ୍ରଶାସକଙ୍କୁ କୁଆଡ଼େ ତୃତୀୟ ମହଲା ଯୋଗାଯୋଗ କରି ସିଲେକ୍ସନ୍ କମିଟିର ସଦସ୍ୟ ହେବାକୁ କହିଛି। ଏନେଇ କୁଆଡ଼େ କମିଟିର ଅନ୍ୟ ସଦସ୍ୟଙ୍କୁ ବି ଅବଗତ କରାଯାଇଛି। ତେବେ ତାଙ୍କ ନାଁ କୁ ନେଇ ଆପତ୍ତି ଉଠିବାର ସମ୍ଭାବନା ଥିବାରୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ବିକଳ୍ପ ଭାବେ ଧାଡ଼ିରେ ରଖାଯାଇଛି। ତେଣୁ ଆସନ୍ତା ୬ତାରିଖ ପରେ ବାସ୍ତବ ଚିତ୍ର ଜଣାପଡ଼ିବ ବୋଲି ଚର୍ଚ୍ଚା ।



from Odisha Reporter https://ift.tt/2P2y6ld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages