
ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ୯ ବର୍ଷ ତଳେ ଦେଶ ଛାଡ଼ି ପଳାୟନ କରିଥିବା ଜଣେ ଆର୍ଥିକ ଅପରାଧୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସିବିଆଇର ଏକ ଟିମ୍ ବାହାରିନ୍ ଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏହି ତଥ୍ୟକୁ ଗୁପ୍ତ ରଖାଯାଇଛି।
ସରକାର ଓ ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଳାତକ ମହମ୍ମଦ ୟାହାୟ (୪୭)ଙ୍କୁ ବାହାରିନ୍ ପୁଲିସ୍ ଠାବ କରିବା ସହ ତାଙ୍କୁ ଗିରଫ କରିଥିଲା। ଇଣ୍ଟରପୋଲ୍ର ରେଡ୍ କର୍ଣ୍ଣର୍ ନୋଟିସ୍ ପରେ ହିଁ ବାହାରିନ୍ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମହମ୍ମଦଙ୍କୁ ଗିରଫ କରିବା ପରେ ବାହାରିନ୍ କର୍ତ୍ତୃପକ୍ଷ ଭାରତ ସହ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ ବୋଲି ବାହାରିନ୍ ସରକାର ନିଷ୍ପତ୍ତି ନେଇଛନ୍ତି।
ବେଙ୍ଗାଲୁରୁରେ ଜନ୍ମ ଗ୍ରହଣ କରିଥିବା ମହମ୍ମଦ ୨୦୦୩ରେ ବିଭିନ୍ନ ବ୍ୟାଙ୍କରୁ ୪୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ସେ ଏହାକୁ ନ ଫେରାଇ ୨୦୦୯ରେ ଫେରାର୍ ହୋଇଯାଇଥିଲେ। ସିବିଆଇ ସେବେଠାରୁ ତାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା।
ଆର୍ଥିକ ଅପରାଧୀ ଭାବେ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରଥମଥର ପାଇଁ ଭାରତ ମହମ୍ମଦଙ୍କୁ ସ୍ୱଦେଶ ଆଣିବାକୁ ସକ୍ଷମ ହୋଇଛି। ଏବେ ବି ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍ସି ଓ ଲଳିତ ମୋଦିଙ୍କ ଭଳି ୨୮ ଜଣ ପଳାତକ ଘୋଷିତ ହୋଇଥିବା ଆର୍ଥିକ ଅପରାଧୀମାନେ ଫେରାର୍ ଅଛନ୍ତି।
from Odisha Reporter https://ift.tt/2IY4x1V
No comments:
Post a Comment