‘କୁଛ୍‌ କୁଛ୍‌ ହୋତା ହୈ’ ପାଇଁ କରନ୍‌ଙ୍କ ପ୍ରଥମ ପସନ୍ଦ ନଥିଲେ ରାନୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

‘କୁଛ୍‌ କୁଛ୍‌ ହୋତା ହୈ’ ପାଇଁ କରନ୍‌ଙ୍କ ପ୍ରଥମ ପସନ୍ଦ ନଥିଲେ ରାନୀ !

raniiii

ମୁମ୍ବାଇ: ନିର୍ଦ୍ଦେଶକ ଭାବେ କରନ୍‌ ଜୋହର୍‌ ଫିଲ୍ମ ‘କୁଛ୍ କୁଛ୍‌ ହୋତା ହୈ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ଅକ୍ଟୋବର ୧୬, ୧୯୯୮ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ରିଲିଜ୍‌କୁ ଏବେ ୨୦ ବର୍ଷ ପୂରି ଯାଇଛି। ଏଥିରେ ଶାହାରୁଖ୍‌ ଖାନ୍‌, କାଜୋଲ ଓ ରାନୀ ମୁଖାର୍ଜୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ୮ଟି ଫିଲ୍ମ ଫେଆର୍‌ ଆୱାର୍ଡ୍‌ ମିଳିଥିଲା। ତେବେ ରିଲିଜ୍‌ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ଫିଲ୍ମ ତିଆରି ପଛର କିଛି କାହାଣୀ ମଧ୍ୟରୁ ଆଜି ଆମେ ଆପଣଙ୍କ ସହ ଗୋଟିଏ ଶେୟାର୍‌ କରିବୁ।

ଏହି ଫିଲ୍ମରେ ଟୀନା ମଲହୋତ୍ରା ଚରିତ୍ରରେ ଅଭିନୟ କରିଥିଲେ ରାନୀ ମୁଖାର୍ଜୀ । କିନ୍ତୁ ଫିଲ୍ମର ଏହି ଚରିତ୍ର ପାଇଁ ରାନୀ, ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ପ୍ରଥମ ପସନ୍ଦ ନଥିଲେ।  ପ୍ରଥମେ ଏଥିପାଇଁ ଟ୍ୱିଙ୍କଲ୍‌ ଖନ୍ନାଙ୍କୁ ନିଆଯାଇଥିଲା। କିନ୍ତୁ ଟ୍ୱିଙ୍କିଲ୍‌ ୧୧ଦିନ ଶୁଟିଂ କରିବା ପରେ ଫିଲ୍ମ ଛାଡ଼ି ଦେଇଥିଲେ। ଏହାପରେ ରବିନା ଟଣ୍ଡନ, ଐଶ୍ୱର୍ଯ୍ୟା ରାୟ, ତବୁ, ଉର୍ମିଲା ମାତୋଣ୍ଡକର ଓ କରିସ୍ମା କପୁରଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ସେମାନଙ୍କ ସହ ଫିଲ୍ମ ଫାଇନାଲ୍‌ ହୋଇପାରି ନଥିଲା। ଏହା ପରେ ରାନୀଙ୍କୁ ଏଥିପାଇଁ ସାଇନ୍‌ କରାଯାଇଥିଲା।

ranyରାନୀଙ୍କୁ ବି ଏହି ଚରିତ୍ର ପାଇଁ କରନ୍ ଅଫର୍‌ ଦେଇ ନଥିଲେ। ରାନୀ ନିଜ ତରଫରୁ ଏହି ଫିଲ୍ମରେ କାମ କରିବାକୁ କରନ୍‌ଙ୍କୁ କହିଥିଲେ। ତଥାପି ରାନୀଙ୍କୁ ନେଇ ଚିନ୍ତା ସରି ନଥିଲା।

ଫିଲ୍ମର ଚରିତ୍ର ଅନୁସାରେ ରାନୀଙ୍କ ସ୍ୱର ଠିକ୍‌ ରହିବନି ଚିନ୍ତା କରି ତାଙ୍କ ସ୍ୱର ବଦଳରେ ଡବିଂ ଆର୍ଟିଷ୍ଟ୍‌ଙ୍କୁ ନେବାକୁ କରନ୍‌ ଚାହୁଁଥିଲେ। କିନ୍ତୁ ଶେଷରେ ରାନୀଙ୍କ ଭଏସ୍‌ ହିଁ ଯାଇଥିଲା।



from Odisha Reporter https://ift.tt/2OpCjTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages