ସାରା ରାଜ୍ୟରେ ବର୍ଷା: ଫୁଲୁଛି ନଦୀ, ବିଭିନ୍ନ ଅଞ୍ଚଳ ଜଳମଗ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ସାରା ରାଜ୍ୟରେ ବର୍ଷା: ଫୁଲୁଛି ନଦୀ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

76

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। କାଲି ରାତିରୁ ମୂଷଳଧାରାରେ ବର୍ଷା ଜାରି ରହିଛି। ହେଲେ ଥମିବାର ନାଁ ନେଉନି।

ବର୍ଷା ଯୋଗୁ ଗଞ୍ଜାମ, ଗଜପତି, ବାଲେଶ୍ୱର ଓ କଟକରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ବି ଉବୁଟୁବୁ ହୋଇପଡ଼ିଛି।

କଟକ ସହରର ତଳି ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି।

ଗଞ୍ଜାମ ଛତ୍ରପୁରରେ ବର୍ଷା ଜଳ ଘରେ ପଶିଛି। ଭଞ୍ଜନଗରରେ ବିଭିନ୍ନ ସାହିରେ ଘରେ ପାଣି ପଶିଯାଇଛି। ପୁରୁଷୋତ୍ତମପୁର କଲେଜ ଛକରେ ୬ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହେଉଛି। ବ୍ରହ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ମହେନ୍ଦ୍ରତନୟା ନଦୀ ଫୁଲୁଥିବା ବେଳେ ପାରଳାଖେମୁଣ୍ଡି-ଆନ୍ଧ୍ର ବିଚ୍ଛିନ୍ନ ହୋଇଛି।

ବାଲେଶ୍ୱରରେ ବି ରାତିରୁ ବର୍ଷା ଜାରି ରହିଛି। ତେଣୁ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଜଳକା ନଦୀ ବିପଦ ସଙ୍କେତ ଡେଇଁ ୬ ମିଟରରେ ପ୍ରବାହିତ ହେଉଛି। ସେହିପରି କେନ୍ଦୁଝରରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁକ୍ତାପଶିରେ ଗଛ ପଡ଼ି NH-୫୩ ଅବରୋଧ ହୋଇଛି।



from Odisha Reporter https://ift.tt/2yATxCO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages