ଗଞ୍ଜାମର ବିଭିନ୍ନ ସ୍ଥାନ ଜଳବନ୍ଦୀ, ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଗଞ୍ଜାମର ବିଭିନ୍ନ ସ୍ଥାନ ଜଳବନ୍ଦୀ, ଯୋଗାଯୋଗ ବିଚ୍ଛିନ୍ନ

house

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ତେଣୁ ଋଷିକୂଲ୍ୟା, ବଂଶଧାରା ଓ ଜଳକା ସମେତ ଅନ୍ୟାନ୍ୟ ନଦୀ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। କେଉଁଠି ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ତ କେଉଁଠି ଲୋକେ ପାଣି ମଝିରେ ଫସି ରହିଛନ୍ତି।

ବିଶେଷ କରି ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ହିଞ୍ଜିଳିକାଟୁ ବ୍ଲକ୍‌ର ନୂଆବୁରୁପଡ଼ା ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କିଛି ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଭଞ୍ଜନଗରର ଅନେକ ଅଞ୍ଚଳରେ ଘରେ ପାଣି ପଶି ଯାଇଛି।

bhanjangarଋଷିକୂଲ୍ୟା ଓ ଜରଉ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନେକ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି।

ବ୍ରହ୍ମପୁରରୁ ସୋରଡା ବ୍ଳକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶେରଗଡଠାରୁ ବଡ଼ଗଡ ଏବଂ ଆସିକାରୁ ସୋରଡ଼ା ଯିବା ରାସ୍ତାରେ ପାଣି ଯାତାୟତ କରୁଥିବାରୁ ଗମନାଗମନ ବନ୍ଦ ରହିଛି। ସୋରଡ଼ା ବ୍ଳକ୍‌ର ଅନେକ ଗାଁରେ ନଦୀ ଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଦିଗପହଣ୍ଡିରୁ ଶେରଗଡ଼ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେଉଛି।



from Odisha Reporter https://ift.tt/2RHu2IO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages