ଭାରତ ସହ ଆଲୋଚନା କରିବାକୁ ପାକ୍‌ ବ୍ୟଗ୍ର, ଆମେରିକାର ଶରଣ ପଶିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଭାରତ ସହ ଆଲୋଚନା କରିବାକୁ ପାକ୍‌ ବ୍ୟଗ୍ର, ଆମେରିକାର ଶରଣ ପଶିଲା

ୱାଶିଂଟନ୍‌: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ବ୍ୟଗ୍ର ହୋଇ ଉଠିଛି। ପ୍ରଥମେ ଭାରତକୁ ଆଲୋଚନା ପାଇଁ ନିମନ୍ତ୍ରଣ କରି ବିଫଳ ହୋଇଥିବା ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି। ଆମେରିକା ତା’ର ବନ୍ଧୁ ଭାରତକୁ ବୁଝାଇ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ରାଜି କରାଉ ବୋଲି ପାକିସ୍ତାନ ନିବେଦନ କରିଥିଲା। ତେବେ ଆମେରିକା ପାକିସ୍ତାନର ଏଭଳି ନିବେଦନ ଶୁଣି ନଥିବା ଜଣାପଡ଼ିଛି।

ଏକଥା ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶି କହିଛନ୍ତି। ସେ କହିଛନ୍ତି, ଆମେ ଆମେରିକାର ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଭାରତକୁ ପାକିସ୍ତାନ ସହ ଆଲୋଚନା କରିବାକୁ ରାଜି କରାନ୍ତୁ ବୋଲି କହିଥିଲୁ। କାରଣ ଆମେ ସୀମାରେ ଶାନ୍ତି ସ୍ଥାପନ ସହ ଏସିଆ ମହାଦେଶର ବିକାଶ ଚାହୁଁଛୁ। ତେଣୁ ଆମେରିକା ଏଥିରେ ହସ୍ତକ୍ଷେପ କରୁ ବୋଲି ଆମେ ନିବେଦନ କରିଥିଲୁ। କିନ୍ତୁ ଆମେରିକା ଏହାର ଉତ୍ତର ନାଁରେ ଦେଇଛି। ଯାହା ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2QsbwTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages