ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ ହୋଇଛି। ତେବେ ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ଙ୍କ ଅବସ୍ଥା କେମିତି ଅଛି, ସେକଥା ଜାଣିବାକୁ ଆପଣ ନିହାତି ଚାହୁଁଥିବେ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ କେବଳ ସୁସ୍ଥ ନାହାନ୍ତି, ବରଂ ପୂର୍ବାପେକ୍ଷା ଅଧିକ ଆକ୍ଟିଭ୍‌ ହୋଇ ଯାଇଛନ୍ତି। କାରଣ ରସୁଲ୍‌ଗଡ଼ ଛକରେ ତାଙ୍କର ଆସ୍କିଡେଣ୍ଟ୍‌ ଜଣେ ଜିନ୍‌ସ୍‌ ୱାଲିଙ୍କ ସହ ଏବଂ  ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ହୋଇଛି।

ତରଙ୍ଗ ସିନେ ପ୍ରଡକ୍ସନ୍ସର ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ ଲଭର ବୟ ବାବୁସାନ୍‌ ଏବଂ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଲାସ୍ୟମୟୀ ଭୂମିକା। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍‌ରେ ନିର୍ମିତ ଓଡ଼ିଆ ମୁଭି ‘ହିରୋ ନଂ-୧’ରେ ମଧ୍ୟ ବାବୁସାନ୍‌ ଏବଂ ଭୂମିକାଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା। ଏଥର ଦଶହରାକୁ ଏହି ଯୋଡି ପୁଣି ଥରେ ପରଦାକୁ ଆସୁଛନ୍ତି।

ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ର ଗୀତ ‘ରସୁଲଗଡ ଛକରେ ଜିନ୍ସ ବାଲି ସାଥିରେ ଆକ୍ସିଡେଣ୍ଟ ହେଇଗଲାରେ’ ଗୀତଟି ଜବରଦସ୍ତ ହୋଇଛି। ବାବୁସାନ୍‌ ଏବଂ ଭୂମିକାକୁ ଏଥିରେ ଭିନ୍ନ ଭିନ୍ନ ଗେଟଅପ୍‌ରେ ଠୁମ୍‌କା ଲଗାଇବାର ଦେଖିବାକୁ ମିଳୁଛି।

ନିର୍ମଳ ନାୟକଙ୍କ ଲିଖିତ ଏହି ଗୀତକୁ ଗାଇଛନ୍ତି ତାରିକ୍‌ ଅଜିଜ୍‌ ଏବଂ ପାମେଲା ଜୈନ୍‌।

 



from Odisha Reporter https://ift.tt/2PaOZKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages