
କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି।
ତେବେ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ପୁଲିସ୍ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।
ଆଜି ସକାଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍ ଗିରଫ କରିଛି। ଏହାସହ ସଂଗଠନର ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍ ଉଠାଇ ନେଇଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ କହିଛନ୍ତି।
ସେ ଆହୁରି କହିଛନ୍ତି,“ଗତକାଲି ରାତିରେ ମଧ୍ୟ ଯାଜପୁର କୁଆଖିଆ ଓ ବାଲୁଗାଁରୁ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ଅଟକ ରଖାଯାଇଥିଲା।”
କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଅକ୍ଷୟ କୁମାର କହିଛନ୍ତି।
from Odisha Reporter https://ift.tt/2RnvzD6
No comments:
Post a Comment