ଲାଞ୍ଚ ମାଗି କଂଗ୍ରେସ ବିଧାୟକଙ୍କ ସମେତ ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଲାଞ୍ଚ ମାଗି କଂଗ୍ରେସ ବିଧାୟକଙ୍କ ସମେତ ୪ ଗିରଫ

ସୁରତ୍‌: ଗୁଜରାଟର ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏଥିରେ କଂଗ୍ରେସ ବିଧାୟକ ପରଶୋତ୍ତମ ସବରିୟା ମଧ୍ୟ ଫସିଛନ୍ତି।

ଏହି ମାଲାରେ ପୁଲିସ୍‌ ବିଧାୟକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ଗିରଫଙ୍କ ମଧ୍ୟରେ ଅଛନ୍ତି ଆଇନଜୀବୀ ଭାରତ ଗଣେଶ, ଜଣେ ସହକାରୀ ଯନ୍ତ୍ରୀ ଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ।

ମାଇକ୍ରୋ ଇରିଗେସନ୍‌ ଡିପାର୍ଟମେଣ୍ଟରେ ଏହି ଦୁର୍ନୀତି ହୋଇଛି।

Gujuratପୁଲିସ୍‌ କହିଛି, “ଏହି ୪ ଜଣ ଜଳସେଚନ ବିଭାଗର ଜଣେ ଯନ୍ତ୍ରୀଙ୍କୁ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୩୫ ଲକ୍ଷ ଟଙ୍କାରେ କଥା ଛିଣ୍ଡି ଥିଲା। ଲାଞ୍ଚ ଟଙ୍କା ନେଣଦେଣ କଥା ଓକିଲ ଭାରତ ଗଣେଶ ବୁଝୁଥିଲେ।”

ମୋରବୀ ଏସ୍‌ପିଙ୍କ କହିବା ଅନୁସାରେ ଜଳସେଚନ ବିଭାଗ ୨୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଞ୍ଜୁରୀ ଦେଇଛି। କିଛି ସ୍ଥାନରେ କୌଣସି କାମ କରା ନଯାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ସହକାରୀ ଯନ୍ତ୍ରୀ, ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ, ବିଧାୟକ ଓ ଓକିଲଙ୍କ ସମ୍ପୃକ୍ତି କଥା ସାମ୍ନାକୁ ଆସିଥିଲା। ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ଓ ଏଥିରେ ଯଦି ଆଉ କିଏ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ୍‌ ବିଧାୟକ ଗିରଫ ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ଶାସକ ବିଜେପି ଓ ଅନ୍ୟ ଦଳମାନେ ଏହାକୁ ନେଇ କଂଗ୍ରେସ୍‌କୁ ଟାର୍ଗେଟ କରୁଛନ୍ତି।



from Odisha Reporter https://ift.tt/2PXjGTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages