‘ତିତ୍‌ଲି’ ତାତି: ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

‘ତିତ୍‌ଲି’ ତାତି: ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ସରକାର

bjp1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ଦିନ ଗଡ଼ିବା ସହ ଏହା ଉଗ୍ର ରୂପ ନେବାରେ ଲାଗିଛି। ଆଜି ‘ତିତ୍‌ଲି’ ଓ ବନ୍ୟା ପ୍ରଭାବିତ ଗଜପତି ଓ ଆସିକା ଅଞ୍ଚଳ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କୁ ଟାର୍ଗେଟ କରି କଟୁ ସମାଲୋଚନା କରିଛନ୍ତି। ସରକାର ନିଜ ପିଠି ଥାପୁଡାଇ ଆତ୍ମ ପ୍ରବଞ୍ଚନା କରୁଛନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ପରେ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବାରଘର ଗ୍ରାମରେ ହେଲିକପ୍ଟର ଅବତରଣ ପାଇଁ ଅନୁମତି ନ ମିଳିବାରୁ ସେଠାକୁ ତାଙ୍କର ପ୍ରସ୍ତାବିତ ଗସ୍ତ ବାତିଲ ହୋଇଥିଲା।

ପରିବର୍ତ୍ତିତ ଗସ୍ତସୂଚୀ ଅନୁଯାୟୀ ଶ୍ରୀ ପ୍ରଧାନ ଗଜପତି ଜିଲ୍ଲା ରାଇଗଡ଼ରେ ପହଞ୍ଚି ପ୍ରଥମେ ଲକ୍ଷ୍ମୀପୁର ଯାଇଥିଲେ। ତେବେ ସେଠାରେ ରିଲିଫ ମିଳୁନଥିବା ଅଭିଯୋଗରେ ରାସ୍ତା ଅବରୋଧ ହୋଇଥିବାରୁ ବାଇକ୍‌ରେ ତିତଲ ଓ କଇଁପୁର ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ।

ଗଜପତିରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଞ୍ଜାମର ଆସିକାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ। ସେ ଅଞ୍ଚଳ ବୁଲିବା ପରେ ଧର୍ମେନ୍ଦ୍ର ଅଭିଯୋଗ କରି କହିଥିଲେ, “ଜିରୋ କାଜୁଆଲିଟିର ସାର୍ଟିଫିକେଟ ମୋହରେ ମାତି ସରକାର ପ୍ରଭାବିତ ଗଜପତି ଜିଲ୍ଲାର ଏ ଅଞ୍ଚଳ ପାଇଁ ନିଜ ଦାୟିତ୍ୱ ଭୁଲି ଯାଇଥିଲେ। ଓଡ଼ିଆ ଭାସିକି ଯାଆନ୍ତୁ, ବାତ୍ୟା ମୁହଁକୁ ଯାଆନ୍ତୁ, ଆମର ପରବାୟ ନାହିଁ। ଆମର ବାହାବା ଦରକାର ନୀତିରେ ସରକାର ଚାଲିଛନ୍ତି।”

କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନରୁଦ୍ଧାର କାମ ନେଇ ସରକାରଙ୍କୁ ଟାର୍ଗେଟ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ପ୍ରଶାସନ ଲୋକଙ୍କ ସମସ୍ୟା ବୁଝିବାକୁ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୮ଦିନ ହେଲାଣି, କେତେ ଲୋକ ମୃତାହତ ହୋଇଛନ୍ତି ତାଙ୍କ ପାଖରେ ଖବର ନାହିଁ। ଏଥିରୁ ଜଣାପଡ଼ୁଛି ସରକାର କେମିତି କାମ କରୁଛନ୍ତି। ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତି ସରକାରଙ୍କ ଦରଦ ନାହିଁ।”

ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛି ବିଜେଡି। ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ଏତେ ଚିନ୍ତା କରୁଛନ୍ତି, ୭ଦିନ ହୋଇଗଲା ଏଯାଏ ଜଣେ ବି କେନ୍ଦ୍ରମନ୍ତ୍ରୀ ଆସିନାହାନ୍ତି। ମୁଖ୍ୟମନ୍ତ୍ରୀ ଗଲେ, ପ୍ୟାକେଜ୍‌ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ (ଧର୍ମେନ୍ଦ୍ର)ଙ୍କ ବୟାନ ଦୁର୍ଭାଗ୍ୟଜନକ।”



from Odisha Reporter https://ift.tt/2CQrfsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages