ସିରାଜଙ୍କ ୩ଟି ବଲ୍‌ରେ ପୃଥ୍ୱୀ ୧୬ ରନ୍‌ ମାରିବା ପରେ ଦେଖନ୍ତୁ ରୋହିତଙ୍କ ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ସିରାଜଙ୍କ ୩ଟି ବଲ୍‌ରେ ପୃଥ୍ୱୀ ୧୬ ରନ୍‌ ମାରିବା ପରେ ଦେଖନ୍ତୁ ରୋହିତଙ୍କ ପ୍ରତିକ୍ରିୟା

ବେଙ୍ଗାଲୁରୁ: ମୁମ୍ବାଇ ଓ ହାଇଦ୍ରାବାଦ୍‌ ମଧ୍ୟରେ ବିଜୟ ହଜାରେ ଟ୍ରଫି ସେମିଫାଇନାଲ୍ ମ୍ୟାଚ୍‌ରେ ଘଟିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ଟିମ୍‌ ଇଣ୍ଡିଆର ଦୁଇ ଯୁବ ତାରକା ମହମ୍ମଦ ସିରାଜ ଓ ପୃଥ୍ୱୀ ଶ’ଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଘଟଣା ଆମେ ଆପଣଙ୍କୁ ଜଣାଇଥିଲୁ।

ସେହି ମ୍ୟାଚ୍‌ରେ ସିରାଜଙ୍କ ମାତ୍ର ୩ଟି ବଲ୍‌ରେ ପୃଥ୍ୱୀ ୧୬ ରନ୍‌ ହାସଲ କରିଥିଲେ। ପୃଥ୍ୱୀଙ୍କ ଏଭଳି ବିସ୍ଫୋରକ ବ୍ୟାଟିଂ ଦେଖି ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର୍‌ ରୋହିତ ଶର୍ମା ତାଙ୍କୁ ପଡ଼ିଆ ମଝିରେ କୁଣ୍ଢାଇ ଧରିବା ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ମ୍ୟାଚ୍‌ର ୮ମ ଓଭର୍‌ରେ ଏହି ଘଟଣା ଘଟିଥିଲା। ପ୍ରଥମେ ଶ’ ସିରାଜଙ୍କ ଏକ ବଲ୍‌କୁ ୱିକେଟ୍‌ କିପର୍‌ଙ୍କ ମୁଣ୍ଡ ଉପରେ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ମିସ୍‌ ହୋଇଯାଇଥିଲା।

ଏହି ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେହି ଓଭର୍‌ର ୪ର୍ଥ ବଲ୍‌ରେ ପୃଥ୍ୱୀ ଅପର କଟ୍‌ ମାରି ଥାର୍ଡ ମ୍ୟାନ୍‌ ଅଞ୍ଚଳରେ ସିରାଜଙ୍କୁ ଏକ ଛକା ମାରିଥିଲେ। ଏହାର ପରବର୍ତ୍ତୀ ବଲ୍‌ରେ ସିରାଜ ପୁଣି ଏକ ବାଉନ୍ସର ପକାଇଥିଲେ। ଏହାକୁ ମଧ୍ୟ ଶ’ ଫାଇନ୍‌ ଲେଗ୍‌ ଉପରେ ବାଉଣ୍ଡରୀ ବାହାରକୁ ପଠାଇ ଦୁଇଟି ବଲ୍‌ରେ ଦୁଇଟି ଛକା ହାସଲ କରିଥିଲେ।

ଏହାପରେ ଶ’ଙ୍କୁ ସିରାଜ ପୁଣିଥରେ ଏକ ହାଫ୍‌ ଭଲି ପକାଇଥିଲେ, ଯାହାକୁ ସେ ଲେଗ୍‌ସାଇଡ୍‌ରେ ଚୌକା ମାରିଥିଲେ। ଏଭଳି ଭାବେ ସେ ମାତ୍ର ୩ଟି ବଲ୍‌ରେ ୧୬ ରନ୍‌ ହାସଲ କରିଥିଲେ। ଶେଷ ବଲ୍‌ରେ ଶ’ ଚୌକା ମାରିବା ପରେ ତାଙ୍କ ବ୍ୟାଟିଂ କରୁଥିବା ରୋହିତ ଶର୍ମାଙ୍କୁ ତୁରନ୍ତ ତାଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ।

ବେଙ୍ଗାଲୁରୁରେ ଚାଲିଥିବା ଏହି ମ୍ୟାଚ୍‌ଟିକୁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ମୁମ୍ବାଇ ୬୦ ରନ୍‌ ବ୍ୟବଧାନରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଅମ୍ବାତି ରାୟିଡୁଙ୍କ ଭାଇ ରୋହିତ ରାୟିଡୁଙ୍କ ଶତକ ବଳରେ ହାଇଦ୍ରାବାଦ ୨୪୭ ରନ୍‌ କରିଥିଲା। ତେବେ ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ ପୃଥ୍ୱୀ ଶ’ ଭଲ ଆରମ୍ଭ କରିଥିଲେ।

କିନ୍ତୁ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାର ବନ୍ଦ କରାଯାଇଥିଲା। ତେବେ ଲିଷ୍ଟ ଏ ମ୍ୟାଚ୍‌ରେ ଲାଗୁ ହେଉଥିବା ଭିଜେଡି ନିୟମ ଅନୁଯାୟୀ ମୁମ୍ବାଇ ମ୍ୟାଚ୍‌ଟିକୁ ୬୦ ରନ୍‌ରେ ଜିତି ନେଇଥିଲା।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2PeMcUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages