ସିବିଆଇ ଅର୍ନ୍ତଦ୍ୱନ୍ଦ୍ୱରେ ରାଜନୀତିର ଛୁଙ୍କ, ଦୁଇ ଅଫିସରଙ୍କୁ ମୋଦିଙ୍କ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ସିବିଆଇ ଅର୍ନ୍ତଦ୍ୱନ୍ଦ୍ୱରେ ରାଜନୀତିର ଛୁଙ୍କ, ଦୁଇ ଅଫିସରଙ୍କୁ ମୋଦିଙ୍କ ସମନ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅର୍ନ୍ତଦ୍ୱନ୍ଦ୍ୱକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଆଜି ଏହି ବିବାଦରେ କଂଗ୍ରେସ ରାଜନୀତିକ ଛୁଙ୍କ ଦେଇଛି।

ସିବିଆଇ ଅର୍ନ୍ତଦ୍ୱନ୍ଦ୍ୱକୁ ଢାଲ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଶ୍ରୀ ଗାନ୍ଧି କହିଛନ୍ତି, ସିବିଆଇକୁ ମୋଦି ସରକାର ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ସିବିଆଇକୁ ଲଗାଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳଗୁଡ଼ିକ ଉପରେ ପ୍ରତିଶୋଧ ନେଉଛନ୍ତି। ଏବେ ମୋଦିଙ୍କ ଦ୍ୱାରା ପରିଚାଳିତ ସିବିଆଇର ଅସଲ ମୁଖା ଖୋଲି ଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ମଧ୍ୟରେ ଚାଲିଥିବା ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିଛନ୍ତି। ସେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସମନ୍‌ କରିଛନ୍ତି। ତୁରନ୍ତ ଆସି ଦେଖା କରିବାକୁ ମୋଦି ସେମାନଙ୍କୁ କହିଥିବା ଜଣାପଡ଼ିଛି।

ସେହିପରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏଜେନ୍ସିର ଦ୍ୱିତୀୟ କ୍ଷମତାପ୍ରାପ୍ତ ଅଧିକାରୀ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ କରିଥିବା ଲାଞ୍ଚ କାରବାର ସମ୍ପର୍କିତ ଏଫ୍‌ଆଇଆର୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ଆଲୋକ ବର୍ମା ରୁଜୁ କରିଥିବା ଏଫ୍‌ଆଇଆର୍‌ ସମ୍ପର୍କରେ ଆମକୁ କୌଣସି ସୂଚନା ଦେଇନାହାନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ପୂର୍ବରୁ ଏନେଇ ପିଏମ୍‌ଓଙ୍କ ଅନୁମତି ଲୋଡ଼ା ଯାଇଥାଏ। କିନ୍ତୁ ଆଲୋକ ବର୍ମା ଏହାକୁ ପାଳନ କରିନାହାନ୍ତି ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି।

ଏହି ମାମଲାରେ ସିବିଆଇ ପକ୍ଷରୁ ଆଜି ପ୍ରଥମ ଗିରଫଦାରୀ କରାଯାଇଛି। ସିବିଆଇ ମୁଖ୍ୟଙ୍କ ବିରୋଧରେ ମିଛ ମନ୍ତବ୍ୟ ଦେଇଥିବାରୁ ଆସ୍ଥାନାଙ୍କ ସହ କାର୍ଯ୍ୟ କରୁଥିବା ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ଆଜି ଗିରଫ କରାଯାଇଛି।

ଆଲୋକ ବର୍ମା ରୁଜୁ କରିଥିବା ଅଭିଯୋଗ ଅନୁଯାୟୀ, ୨ ବର୍ଷ ତଳେ ରାକେଶ ଆସ୍ଥାନା ହାଇଦ୍ରାବାଦ୍‌ର ଜଣେ ବ୍ୟବସାୟୀ ସତୀଶ ସାନାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ସିବିଆଇ ହାଜତରେ ଥିବା ସାନା ଏକଥା ସ୍ୱୀକାର କରିଥିଲେ। ସେ କୁଆଡ଼େ ଗତ ୧୦ ମାସ ମଧ୍ୟରେ ଏହି ଟଙ୍କା ଆସ୍ଥାନାଙ୍କୁ ଦେଇଥିଲେ।

ମାଂସ ବ୍ୟବସାୟୀ ମୋଇନ୍‌ କୁରେଶି ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ନ ଯୋଡ଼ିବାକୁ ଧମକ ଦେଇ ଏଭଳି ଲାଞ୍ଚ କାରବାର ହୋଇଥିବା ସେ ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ ଯେ ଦୁବାଇରେ ରହୁଥିବା ମନୋଜ ପ୍ରସାଦ ଏହି କାରବାରର ମଧ୍ୟସ୍ଥି ସାଜିଥିଲେ। ମନୋଜ ହିଁ ଆସ୍ଥାନାଙ୍କୁ ୫ କୋଟି ଟଙ୍କା ଦେବାକୁ ସତୀଶଙ୍କୁ କହିଥିଲେ। ମନୋଜଙ୍କୁ ସିବିଆଇ ଅକ୍ଟୋବର ୧୬ରେ ଗିରଫ କରିଥିଲା।

ସିବିଆଇ ମନୋଜଙ୍କୁ ଗିରଫ କରିବା ପରେ ୯ଟି ଫୋନ୍‌ କଲ୍‌ରୁ ଲାଞ୍ଚ କାରବାରରେ ଆସ୍ଥାନା ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା। ତେବେ ସତୀଶ ସାନା କେବେ ହେଲେ ଆସ୍ଥାନାକୁ ଭେଟି ନଥିବା କଥା ଜଣାପଡ଼ିଛି। ଶ୍ରୀ ଆସ୍ଥାନା ମଧ୍ୟ ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ଅଗଷ୍ଟ ମାସରେ ଆସ୍ଥାନା ସରକାରଙ୍କୁ ଲେଖିଥିବା ଚିଠିରେ କହିଥିଲେ ଯେ ମୋଇନ୍‌ କୁରେଶି ମାମଲାରେ ସିବିଆଇ ମୁଖ୍ୟ ଆଲୋକ ବର୍ମା ଦୁବାଇ, ଲଣ୍ଡନ ଓ ୟୁରୋପର ବିଭିନ୍ନ ସ୍ଥାନରୁ ଟଙ୍କା ନେଇଛନ୍ତି। ଏହି ଘଟଣା ଧରା ପଡ଼ିବା ପରେ ସିବିଆଇ ମୁଖ୍ୟ ଆଲୋକ ବର୍ମା ସାନାଙ୍କୁ ତାଙ୍କ ବିରୋଧରେ କହିବାକୁ ପ୍ରବର୍ତ୍ତାଇଛନ୍ତି। ଏହାକୁ ନେଇ ଏବେ ବୟାନବାଜି ଜାରି ରହିଛି।

ରାହୁଲ ଗାନ୍ଧି ଟ୍ୱିଟ୍‌ ଯୋଗେ କହିଛନ୍ତି, ଗୁଜରାଟ୍‌ କ୍ୟାଡର୍‌ ଅଫିସର ତଥା ଗୋଧ୍ରା ଏସ୍‌ଆଇଟି ତଦନ୍ତର ମୁଖ୍ୟଙ୍କୁ ମୋଦିଜୀ ସିବିଆଇର ନଂ ୨ ପଦରେ ବସାଇଥିଲେ। ଏବେ ସେ ଲାଞ୍ଚ ନେଉଥିବା ଜଣାପଡ଼ିଛି। ଏଭଳି ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ସିବିଆଇ ଭଳି ସଂସ୍ଥା ରାଜନୀତିରେ ବିରୋଧୀଙ୍କ ଉପରେ ପ୍ରତିଶୋଧ ନେବାର ଏକ ଅସ୍ତ୍ର ପାଲଟିଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2CAcRUL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages