ହକ୍‌ ପାଇଁ ଅକ୍ଟୋବର ୨୯ରୁ ଚାଷୀ କରିବେ ପଦଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ହକ୍‌ ପାଇଁ ଅକ୍ଟୋବର ୨୯ରୁ ଚାଷୀ କରିବେ ପଦଯାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷୀଙ୍କୁ ଉଚିତ୍‌ ନ୍ୟାୟ ମିଳୁନାହିଁ। ସେଥିପାଇଁ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଦୀର୍ଘ ୮ ବର୍ଷ ହେଲା ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରିଆସୁଛି। ମାତ୍ର ରାଜ୍ୟ ସରକାରଙ୍କ ଆଖି ଖୋଲୁନାହିଁ। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ପଦଯାତ୍ରା କରିବ। ଅକ୍ଟୋବର ୨୯ ତାରିଖରେ ଏହି ପଦଯାତ୍ରା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ରାଜ୍ୟ ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଅକ୍ଟୋବର ୨୯ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ଯାଜପୁର ଜିଲ୍ଲା କୁଆଖିଆରୁ ୫୦,୦୦୦ ଲେଖାଏଁ ଚାଷୀ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ଆସିବେ। ନଭେମ୍ୱର ୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶରେ ସେମାନେ ଯୋଗଦେବେ। ସମାବେଶରେ ୩ ଲକ୍ଷରୁ ଅଧିକ ଚାଷୀ ସାମିଲ୍‌ ହେବେ। ପୂର୍ବ ବର୍ଷ ପରି ଏଥର ଚାଷୀମାନଙ୍କୁ କେହି ଅଟକାଇଲେ, ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିବ ନବନିର୍ମାଣ କୃଷକ ସଙ୍ଗଠନ।”

ଗତଥର ଚାଷୀଙ୍କୁ ଅଟକାଇବାକୁ ନେଇ ଅକ୍ଷୟ କୁମାର କହିଛନ୍ତି-“ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ। ଚାଷୀମାନେ ଭୁବନେଶ୍ୱର ଆସୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଚାଷୀମାନେ ଚୁପ୍‌ ରହିଥିଲେ। ପ୍ରତିବାଦ କରିନଥିଲେ। ଏଥର ରଣନୀତିରେ ପରିବର୍ତ୍ତନ କରାଯାଇଛି। ଯଦି ସରକାର ଅଟକାନ୍ତି, ତାହାହେଲେ ସମଗ୍ର ରାଜ୍ୟରେ ଅରାଜକତା ସୃଷ୍ଟି ହେବ।”

ରାଜ୍ୟର ୨୦ ବର୍ଷରୁ ଊର୍ଦ୍ଧ୍ୱ ୩୬ ଲକ୍ଷ ଚାଷୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ପେନ୍‌ସନ୍‌ ଦିଆଯିବାକୁ ଓ ଏଥିପାଇଁ ବଜେଟ୍‌ରେ ୨୧୬୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ନବନିର୍ମାଣ କୃଷକ ସଙ୍ଗଠନ ଦାବି କରିଆସୁଛି।



from Odisha Reporter https://ift.tt/2CYwYwS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages