ଓସିଏଲ୍‌ କ୍ୟାମ୍ପସ୍‌କୁ ଧସେଇ ପଶିବାକୁ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଓସିଏଲ୍‌ କ୍ୟାମ୍ପସ୍‌କୁ ଧସେଇ ପଶିବାକୁ ଉଦ୍ୟମ

rouer

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଓସିଏଲ୍‌ କ୍ୟାମ୍ପସରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଏହି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସ ଭିତରକୁ ଶତାଧିକ ଆଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଏପରି ପରିସ୍ଥିତି ହୋଇଛି।

ପ୍ରଭାବିତ ଅଞ୍ଚଳ ଲାଞ୍ଜିବେର୍ନରେ ଜନ ଶୁଣାଣି ନକରି ପ୍ରଶାସନ ପକ୍ଷରୁ ଝଗରପୁର ସ୍ଥିତ ଡାଲମିଆଁ ଟ୍ରେନିଂ ସେଣ୍ଟରରେ କରାଯିବାକୁ ପ୍ରସ୍ତାବ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ଟ୍ରେନିଂ ସେଣ୍ଟରର ୩ଟି ଗେଟ୍‌କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ।

ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି।

କୌଣସି ବିଶୃଙ୍ଖଳା ପରି ନ ଘଟିବା ପାଇଁ ଘଟଣାସ୍ଥଳରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।



from Odisha Reporter https://ift.tt/2xZ4IWB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages