ସେପ୍ଟେମ୍ବର ବେପାରରେ ପଛରେ ପଡ଼ିଗଲା ହଣ୍ଡା କାର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସେପ୍ଟେମ୍ବର ବେପାରରେ ପଛରେ ପଡ଼ିଗଲା ହଣ୍ଡା କାର୍ସ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହଣ୍ଡା କାର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବରରେ ପଛରେ ପଡ଼ିଯାଇଛି। ଭାରତରେ ଏହି ସମୟ ମଧ୍ୟରେ କମ୍ପାନୀ ପ୍ରାୟ ୧୯% କମ ୟୁନିଟ୍ ଯାନ ବିକ୍ରି କରିଛି।

୨୦୧୭ ସେପ୍ଟେମ୍ବରରେ କମ୍ପାନୀ ୧୮,୨୫୭ ୟୁନିଟ ଯାନ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୧୪,୮୨୦ ୟୁନିଟକୁ ହ୍ରାସ ପାଇଛି।

ଏ ସମ୍ପର୍କରେ କମ୍ପାନୀର ବରିଷ୍ଠ ଉପସଭାପତି ରାଜେଶ ଗୋଏଲ କହିଛନ୍ତି, ଗତ ବର୍ଷ ଏହି ସମୟରେ ଗ୍ରାହକଙ୍କ ମଧ୍ୟରେ ଚାରିଚକିଆ ଯାନ କିଣାକୁ ନେଇ ଯେଉଁ ଉତ୍ସାହ ରହିଥିଲା ଚଳିତ ବର୍ଷ ତାହା ପରିଲକ୍ଷିତ ହେଉ ନାହିଁ। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହାରାହାରି ବିକ୍ରିରେ ୩.୫% ବୃଦ୍ଧି ପାଇ ୯୪,୪୧୯ ୟୁନିଟରେ ପହଞ୍ଚିଛି, ଯାହାକି ୨୦୧୭-୧୮ରେ ୯୧,୨୬୯ ୟୁନିଟ୍ ଥିଲା।



from Odisha Reporter https://ift.tt/2NlF0QS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages