‘ଗଞ୍ଜାମରେ ଅଢ଼େଇ ଲକ୍ଷ ଲୋକ ସ୍ଥାନାନ୍ତର: ବିପତ୍ତି ବେଳେ ପୁଣି ଭେଳିକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

‘ଗଞ୍ଜାମରେ ଅଢ଼େଇ ଲକ୍ଷ ଲୋକ ସ୍ଥାନାନ୍ତର: ବିପତ୍ତି ବେଳେ ପୁଣି ଭେଳିକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟା ‘ତିତଲି’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୬ ଘଣ୍ଟା ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଦାବି କରିଛନ୍ତି।

ବାତ୍ୟା ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରର ଦାବି କରିବାର ନିଜର ପୁରୁଣା ଫର୍ମୂଲାକୁ ଜିଲ୍ଲା ପ୍ରଶାସନ ଆପଣାଇଛି।

ଜିଲ୍ଲାପାଳ ଶ୍ରୀ କୁଲଙ୍ଗେ କହିଛନ୍ତି ଯେ, ୪୧ ହଜାର ପରିବାରର ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ ଅଙ୍ଗନୱାଡ଼ି ଛାତଘରକୁ ସ୍ଥାନାନ୍ତର କରାଯାଇଛି।ଏସବୁ କେନ୍ଦ୍ରରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି।

ତେବେ ପ୍ରାକୃତିକ ବିପତ୍ତି ବେଳେ ଜିଲ୍ଲାପାଳଙ୍କ ଏଭଳି ସଂଖ୍ୟାକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ପରେ ପ୍ରାୟ ସାଢ଼େ ୧୨ଟା ସମୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ, ଏବେସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମାତ୍ର ଏକ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତଳିଆ ଓ ସମୁଦ୍ର କୂଳ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାପାଳମାନଙ୍କୁ ଏବେ ନିର୍ଦ୍ଦେଶ ଦିଆଯାଇଛି।

ତେଣୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ଦିନ ସାଢ଼େ ୧୨ଟା ସୁଦ୍ଧା ମାତ୍ର ୧ହଜାର ଲୋକଙ୍କୁ ସ୍ଥାନାନ୍ତର କରିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ମାତ୍ର ୬ ଘଣ୍ଟା ଭିତରେ କିଭଳି ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ପ୍ରଶାସନ ପାଖରେ ଏତେ ଲୋକଙ୍କୁ ସ୍ଥାନାନ୍ତର ପାଇଁ କ’ଣ ସମ୍ବଳ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।

ଅବଶ୍ୟ ତିତଲି ଭଳି ପ୍ରାକୃତିକ ବିପତ୍ତି ସମୟରେ ଉଭୟ ଲୋକ ଓ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ଗଣମାଧ୍ୟମର ଦାୟିତ୍ୱ। ମାତ୍ର ଜିଲ୍ଲା ପ୍ରଶାସନ ଯେଉଁ ଢଙ୍ଗରେ ଏତେ ସଂଖ୍ୟକ ଲୋକ ସ୍ଥାନାନ୍ତର ହୋଇଛନ୍ତି ବୋଲି ଦାବି କରୁଛି ତାହା ସମସ୍ତଙ୍କ ମନରେ ସ୍ୱତଃ ସନ୍ଦେହ ସୃଷ୍ଟି କରୁଛି।



from Odisha Reporter https://ift.tt/2ytF7Vg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages