
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୁଳ ଆଡକୁ ମୁହାଁଇଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ତିତ୍ଲି। ଗୋପାଳପୁରଠାରୁ ଆଉ ମାତ୍ର ୧୩୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ବଙ୍ଗୋସାଗରରେ ଥିବା ତିତ୍ଲି ଘଣ୍ଟାକୁ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ଏହା ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଆଉ ୮ଟି ଜିଲ୍ଲାରେ ମଧ୍ୟରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ତିତ୍ଲି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ସକାଳୁ ବର୍ଷା ଲାଗି ରହିଛି। ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ବି ବଢୁଛି। ତିତ୍ଲି ଲ୍ୟାଣ୍ଡଫଲ୍ ବା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ଯାଏଁ ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।
from Odisha Reporter https://ift.tt/2Oi6JYg
No comments:
Post a Comment