
ଛତ୍ରପୁର (ପ୍ରସନ୍ନ ଦାସ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଭୀମପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଶୁଭମଙ୍କ ମୃତଦେହ ମିଳିଛି। ସକାଳେ ଗାଁ ଠାରୁ କିଛି ଦୂରରେ ଶୁଭମଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
ଏବେ ବି ବଡ଼ ଭାଇ ସଂଗ୍ରାମ ନିଖୋଜ ଅଛନ୍ତି।
ଗତକାଲି ଭୀମପୁର ଗାଁର ଗୌତମ ପ୍ରଧାନଙ୍କ ଦୁଇ ପୁଅ ସଂଗ୍ରାମ ଓ ଶୁଭମ୍ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ।
ଅଗ୍ନିଶମ କର୍ମଚାରୀ ପହଞ୍ଚି ଦିନ ତମାମ ଖୋଜାଖୋଜି କରିଥିଲେ ବି ସେମାନଙ୍କ ସନ୍ଧାନ ମିଳି ନଥିଲା।
from Odisha Reporter https://ift.tt/2PZsIA4
No comments:
Post a Comment