ପ୍ରିୟଙ୍କାଙ୍କ ବିବାହ ତାରିଖ ଫିକ୍ସ: ଏହି ପ୍ୟାଲେସ୍‌ରେ ବାଜିବ ସାହାନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ପ୍ରିୟଙ୍କାଙ୍କ ବିବାହ ତାରିଖ ଫିକ୍ସ: ଏହି ପ୍ୟାଲେସ୍‌ରେ ବାଜିବ ସାହାନାଇ

pggggg

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ହଲିଉଡ୍‌ ବୟଫ୍ରେଣ୍ଡ୍‌ ନିକ୍‌ ଜୋନସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ସରିବା ପରେ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କେବେ ଏହି ଦୁଇ ପ୍ରେମପକ୍ଷୀ ବିବାହ ବନ୍ଧନରେ ବାନ୍ଧି ହେବେ ? କେବେ ଏମାନଙ୍କ ସାହାନାଇ ବାଜିବ? ଉଭୟଙ୍କୁ ନେଇ ଏମିତି କେତେ କ’ଣ ଚାଲିଥିବା ଗସିପ୍‌ ଆଉ ଚର୍ଚ୍ଚାର ଏବେ ଅବସାନ୍ ଘଟିଛି।

ମିଳିଥିବା ଖବର ଅନୁଯାୟୀ ଦୁହିଁଙ୍କ ବିବାହ ତାରିଖ ଏବଂ ସ୍ଥାନ ଧାର୍ଯ୍ୟ ହୋଇସାରିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ ଦୁହିଁଙ୍କ ବିବାହ ଆସନ୍ତା ଡିସେମ୍ବର ୨ତାରିଖରେ ଅନୁଷ୍ଠିତ ହେବ।  ଦୁହେଁ ରାଜସ୍ତାନର ଯୋଧପୁରର ବିଳାସମୟ ଉମ୍ମେଦ ପ୍ୟାଲେସ୍‌ରେ ବିବାହ କରିବେ। ଏହି ବିବାହ ଉତ୍ସବ

hhhhhhhhhତିନି ଦିନ ଧରି ଜାକଜକମରେ ଚାଲିବ। ତେଣୁ ଏହାର  ପ୍ରସ୍ତୁତି ପର୍ବ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବ।

ଖବର ମୁତାବକ ବିବାହ ପ୍ରସ୍ତୁତି ପାଇଁ ନିକ୍‌ ଭାରତ ଆସି ସାରିଛନ୍ତି।  ଦୁହେଁ ମିଶି ନିଜ ବିବାହ ସ୍ଥାନକୁ ବାଛିଛନ୍ତି।

ପୂର୍ବରୁ ଥରେ ନିକ୍‌ ଓ ପ୍ରିୟଙ୍କା ଏକାଠି ଯୋଧପୁର ଯାଇଥିଲେ। ସେତେବେଳେ ଅନୁମାନ୍‌ କରାଯାଉଥିଲା ଦୁହେଁ ବୋଧେ ନିଜ ବିବାହର ଭେନ୍ୟୁ ଦେଖିବାକୁ ଯାଉଛନ୍ତି। କିନ୍ତୁ ଏହା ଗୁଜବ ଥିଲା। ବାସ୍ତବରେ ସେମାନେ ଜଣେ ବନ୍ଧୁଙ୍କର ଜନ୍ମଦିନ ପାଳନ କରିବାକୁ ଯାଇଥିଲେ।

ସୂଚନାଯୋଗ୍ୟ ଯେ, ଭାରତୀୟ ପରମ୍ପରା ଅନୁସାରେ  ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ ଗତ ଅଗଷ୍ଟ ୧୮ତାରିଖରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।



from Odisha Reporter https://ift.tt/2CSCGQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages