
ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବା ଲାଗି ଭୋଡାଫୋନ୍ ନିଜର ନୂଆ ପ୍ରିପେଡ୍ ପ୍ଲାନ୍ ଘୋଷଣା କରିଛି। ଏହାର ମୂଲ୍ୟ ରହିଛି ୨୭୯ ଟଙ୍କା। ଏଥିରେ ଗ୍ରାହକଙ୍କୁ ଅନ୍ଲିମିଟେଡ୍ କଲ୍ ସହ ଅଧିକ ଦିନ ଭ୍ୟାଲିଡିଟିର ଫାଇଦା ମିଳିବ। ଏସବୁ ବ୍ୟତୀତ ଗ୍ରାହକଙ୍କୁ କିଛି ଡାଟା ମଧ୍ୟ ମିଳିବ।
ଭୋଡାଫୋନ୍ର ଏହି ନୂଆ ୨୭୯ ଟଙ୍କା ପ୍ଲାନ୍ର ଭ୍ୟାଲିଡିଟି ୮୪ ଦିନ ରହିଛି। ପ୍ଲାନ୍ର ବିଶେଷ ଫାଇଦା ହେଉଛି, ଏହି ପ୍ଲାନ୍ରେ 4GB 3G/ 4G ଡାଟା, ଅନଲିମିଟେଡ୍ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ର ଫାଇଦା ମିଳିବ। ଏଥିସହ ଏହି ପ୍ଲାନ୍ରେ ପ୍ରତିଦିନ ୨୫୦ ମିନିଟ୍ ଓ ପ୍ରତି ସପ୍ତାହରେ ୧ ହଜାର ମିନିଟ୍ ଫ୍ରି କଲିଂର ସୁବିଧା ରହିଛି।
ତେବେ ଏହି ନୂଆ ପ୍ଲାନ୍ର ଫାଇଦା କେବଳ କର୍ଣ୍ଣାଟକ ଓ ମୁମ୍ବାଇର ଗ୍ରାହକ ପାଇପାରିବେ। ଅନ୍ୟ ସ୍ଥାନଗୁଡ଼ିକରେ ଏହି ପ୍ଲାନ୍ କେବେ ଆସିବ, ସେ ବିଷୟରେ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ।
ଏହା ବ୍ୟତୀତ କମ୍ପାନୀ ନିକଟରେ ୧୮୯ ଟଙ୍କାର ପ୍ଲାନ୍ ବାବଦରେ ଘୋଷଣା କରିଛି, ଯାହାର ଭ୍ୟାଲିଡିଟି ୫୬ ଦିନ ରହିଛି। ଏଥିରେ ୨ ଜିବିର ୪ଜି/୩ଜି ଡାଟା ଏବଂ ଏଫ୍ୟୁପି ଲିମିଟ୍ ସହିତ କଲ୍ ସୁବିଧା ଦିଆଯାଇଛି। ଅର୍ଥାତ ପ୍ରତିଦିନ ୨୫୦ ମିନିଟ୍ ଏବଂ ସପ୍ତାହକୁ ଥରେ ୧୦୦୦ ମିନିଟ୍ର ଏଫ୍ୟୁପି କଲିଂ ମିନିଟ୍ ଉପଲବ୍ଧ ରହିବ। ଏହି ଲିମିଟ୍ ସରିବା ପରେ ସେକେଣ୍ଡ୍ ପିଚ୍ଛା ୧ ପଇସା ଲାଗୁ ହେବ।
ଏସବୁ ବାଦ୍ ଭୋଡାଫୋନ୍ ୯୯ ଓ ୧୦୯ ଟଙ୍କାର ପ୍ଲାନ୍ ମଧ୍ୟ ଲଞ୍ଚ୍ କରିଛି। ଏହି ଦୁଇଟିଯାକ ପ୍ଲାନ୍ରେ ୨୮ ଦିନର ଭ୍ୟାଲିଡିଟି ସହ ଅନ୍ଲିମିଟେଡ୍ ଭଏସ୍ କଲ୍ର ସୁବିଧା ଦିଆଯିବ। ଏହା ସହ ୧୦୯ ଟଙ୍କିଆ ପ୍ଲାନ୍ରେ 1GB 3G/ 4G ଡାଟା ମଧ୍ୟ ମିଳିବ। ତେବେ ଏଥିରେ ମଧ୍ୟ ପ୍ରତିଦିନ ୨୫୦ ମିନିଟ୍ ଓ ପ୍ରତି ସପ୍ତାହରେ ୧ ହଜାର ମିନିଟ୍ ଯାଏ ଫ୍ରି କଲିଂ ସୁବିଧା ମିଳିବ। ଏଥିସହ ଜଣାଇଦେବାକୁ ଚାହୁଁଛୁ ଯେ ପୂରା ଭ୍ୟାଲିଡିଟି ଭିତରେ କେବଳ ୧୦୦ଟି ଭିନ୍ନ ଭିନ୍ନ ନମ୍ବରକୁ ହିଁ କଲ୍ କରିପାରିବେ।
from Odisha Reporter https://ift.tt/2zWiNFG
No comments:
Post a Comment