ଏମିତି ଖତରନାକ୍‌ କାମ ପାଇଁ ଦୈନିକ ୫୦ ଯୁବତୀ ଆସୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଏମିତି ଖତରନାକ୍‌ କାମ ପାଇଁ ଦୈନିକ ୫୦ ଯୁବତୀ ଆସୁଛନ୍ତି

ନୂଆଦିଲ୍ଲୀ: ଜଣେ କି ଦୁଇ ଜଣ ନୁହଁ। ଦୈନିକ ଆସୁଛନ୍ତି ୫୦ରୁ ଅଧିକ ଯୁବତୀ।  ତେବେ ଆସିବାର କାରଣ ଜାଣିଲେ ଆପଣ ଚମକି ପଡ଼ିବେ। କୌଣସି ଚାକିରି ବାକିରି ନୁହଁ ବରଂ ଚୋରି, ଡକାୟତି ଏବଂ ଲୁଟ୍‌ ଚକ୍କରରେ ଆସୁଛନ୍ତି ଏହି ଯୁବତୀମାନେ। ପଡ଼ୋଶୀ ନେପାଳରୁ ଦୈନିକ ୫୦ ଜଣ ମହିଳାଙ୍କୁ ଏମିତି ବେଆଇନ୍‌ କାମରେ ନିୟୋଜିତ କରିବା ପାଇଁ ଅଣାଯାଉଛି।

ଯାହାକୁ ନେଇ ସୁରକ୍ଷା ସଂସ୍ଥା ଏବଂ ଦିଲ୍ଲୀ ପୁଲିସର ନିଦ ହଜିଯାଇଛି। ବିଭିନ୍ନ ବେସରକାରୀ ସଙ୍ଗଠନ ଓ ମାନବାଧିକାର କର୍ମୀଙ୍କ କହିବା ଅନୁଯାୟୀ ଦୈନିକ ୫୦ ଜଣ ଯୁବତୀ ଭାରତକୁ ସ୍ମଗଲିଂ କାମ ପାଇଁ ଆସୁଛନ୍ତି। ଏମାନଙ୍କୁ ବିଭିନ୍ନ ଚେନାଲ ଓ ରୁଟ୍‌ ମାଧ୍ୟମରେ ସ୍ମଗଲିଂ କରିବା ପାଇଁ ଗୁପ୍ତ ତାଲିମ ଦିଆଯାଉଛି। ୨୦୧୫ରେ ଆସିଥିବା ଭୂମିକମ୍ପ ପରେ ନେପାଳର ଚୋର ତସ୍କରଙ୍କ ସଂଖ୍ୟା ବଢିଯାଇଛି।

ପୁଲିସର କହିବା ଅନୁଯାୟୀ ଏହି ମହିଳାମାନଙ୍କ ଅପରାଧର କେନ୍ଦ୍ରସ୍ଥଳ ପାଲଟିଛି ଦିଲ୍ଲୀ। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା କହିଛନ୍ତି ଯେ, ୨୦୧୫ରେ ତାଙ୍କ ଟିମ୍‌ ଏମିତି ୫୩୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନେପାଳରୁ ଆସିଥିଲେ। ନିକଟରେ ଦିଲ୍ଲୀର ମୁନରକଲା, ମୈଦାନ ଗଢି ଏବଂ ପାହାଡ଼ଗଞ୍ଜରୁ ଉଦ୍ଧାର ହୋଇଥିବା କିଛି ଯୁବତୀ ନେପାଳରୁ ଆସିଥିବା ଜଣାପଡ଼ିଛି।



from Odisha Reporter https://ift.tt/2OGqAQ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages