କନ୍ଦାଇବା ପାଇଁ ଶିକ୍ଷକ ନିଯୁକ୍ତି: ପଢ଼ନ୍ତୁ କ’ଣ ରହିଛି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

କନ୍ଦାଇବା ପାଇଁ ଶିକ୍ଷକ ନିଯୁକ୍ତି: ପଢ଼ନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ହସ, କାନ୍ଦ ଓ ରାଗ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଭାବ ଆବଶ୍ୟକ ବୋଲି ଚିକିତ୍ସା ବିଜ୍ଞାନୀମାନେ ପରାମର୍ଶ ଦେଇଥାନ୍ତି।
ଏଥିପାଇଁ ଲୋକ ହସିବା ଅଭ୍ୟାସ କରୁଥିବା ଆପଣ ଦେଖିଥିବେ। କିନ୍ତୁ ସ୍ୱତନ୍ତ୍ର ଭାବେ କାନ୍ଦିବା ପାଇଁ କୌଣସି ଶିକ୍ଷକ ନିଯୁକ୍ତି ରଖିବା ରହିଥିବା କଥା ଆପଣ ଶୁଣି ନଥିବେ।

କିନ୍ତୁ ଜାପାନରେ ଏହି ପରମ୍ପରା ଆପଣ ଦେଖିବାକୁ ପାଇବେ। ସେଠାକାର ଅଫିସ୍‌ ଏବଂ ସ୍କୁଲ୍‌ରେ ଲୋକମାନଙ୍କୁ କନ୍ଦାଇବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ। ଏହାର ଟ୍ରେନିଂ ଦେବା ପାଇଁ ସେଠାରେ ଶିକ୍ଷକ ମଧ୍ୟ ରହିଛନ୍ତି।
ନିପ୍ପନ୍‌ ମେଡିକାଲ୍‌ ସ୍କୁଲ୍‌ର ପ୍ରଫେସର୍‌ ଜୁଙ୍କୋ ଉମିହରା କୁହନ୍ତି, ଚିନ୍ତା ଦୂର କରିବା ପାଇଁ କାନ୍ଦ ଆତ୍ମରକ୍ଷା କୌଶଳ ପରି କାମ କରିଥାଏ। ଚିନ୍ତା ଦୂର କରିବା ପାଇଁ ହସ, କାନ୍ଦ ଏବଂ ଶୋଇବା ଆବଶ୍ୟକ ହୋଇଥାଏ।

୨୦୧୪ରେ ଜାପାନରେ କାନ୍ଦ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ କ୍ୟାମ୍ପେନ୍‌ ଲଞ୍ଚ୍‌ କରାଯାଇଥିଲା। ଏହାପରେ ୨୦୧୫ରେ ୫୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଏକ ଷ୍ଟ୍ରେସ୍‌ ଚେକ୍‌ କ୍ୟାମ୍ପ୍‌ କରାଯାଇଥିଲା।
୫ବର୍ଷ ଧରି ହାଇସ୍କୁଲ୍‌ ଶିକ୍ଷକ ରହିଥିବା ହିଦେଫ୍ୟୁ ୟୋଶିଦା ଏହି କ୍ୟାମ୍ପେନ୍‌ ସବୁର ସଂଚାଳନ କରିଥାନ୍ତି। ଏହାଦ୍ୱାରା ସେ କାନ୍ଦିଲେ କେଉଁ ସବୁ ଫାଇଦା ମିଳେ, ଲୋକମାନଙ୍କୁ ବୁଝାଇଥାନ୍ତି।

ଏହାପରେ ତାଙ୍କ ପାଖକୁ କାନ୍ଦ ବିଷୟରେ ଲେକ୍‌ଚର୍‌ ଦେବା ପାଇଁ ଅନେକ ସ୍କୁଲ୍‌ ଏବଂ କଲେଜ୍‌ରୁ ଡାକରା ଆସିଥିଲା। ହିଦେଫ୍ୟୁ ୟୋଶିଦା ଏହିପରି ଶହ ଶହ ସ୍କୁଲରେ କାନ୍ଦିବା ବିଷୟରେ ପିଲାମାନଙ୍କୁ ପାଠ ପଢ଼ାଇ ସାରିଛନ୍ତି।
ତାଙ୍କ ମତରେ ହସ ପରି କାନ୍ଦ ମଧ୍ୟ ଶରୀର ପାଇଁ ଉପକାରୀ। ଲୁହ ତିନି ପ୍ରକାରର ରହିଛି, ସେଗୁଡ଼ିକ ହେଲା  ରିଫ୍ଲେକ୍ସସିଭ୍‌, କଣ୍ଟନିୟସ୍‌ ଏବଂ ଇମୋସନାଲ। କେବଳ ମଣିଷ ହିଁ ଏହି ତିନି ପ୍ରକାର ଉପାୟରେ କାନ୍ଦି ପାରିଥାଏ। ଇମୋସ୍‌ନାଲ୍‌ ହୋଇ କାନ୍ଦିଲେ ଶରୀରକୁ ଅନେକ ଲାଭ ମିଳିଥାଏ।

ଅଲ୍‌ଜାଇମର୍‌ ରିସର୍ଚ୍ଚ ସେଣ୍ଟର୍‌ ରିଜନ୍ସ ହସ୍ପିଟାଲ୍‌ ଫାଉଣ୍ଡେସନ୍‌ର ଡାଇରେକ୍ଟର ବିଲିୟମ୍‌ ଏଚ୍‌ ଫ୍ରେଙ୍କ ମତରେ, କାନ୍ଦିବା ପରେ ଆମକୁ ଭଲ ଅନୁଭବ ହୋଇଥାଏ। ଏହାର କାରଣ ଚିନ୍ତାରେ ରହିଥିବା ସମୟରେ ଆମ ଶରୀରରେ ଉତ୍ପନ୍ନ ହେଉଥିବା ହର୍‌ମୋନ୍‌ ଲୁହ ଆକାରରେ ଆଖିରୁ ବାହାରି ଯାଇଥାଏ। ଲୁହରେ Acetyh ରହିଛି, ଯାହା ଚିନ୍ତା ସମୟରେ ଶରୀରରେ ତିଆରି ହୋଇଥାଏ।
ଲୁହ ବହିଲେ ଆଖି ସୁରକ୍ଷିତ ରହିଥାଏ:

ଭାବୁକ ନହୋଇ କାନ୍ଦିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ। ଯେତେବେଳେ ଆପଣ ପିଆଜ କାଟିଥାନ୍ତି, ସେହି ସମୟରେ ସେଥିରୁ ଏକ ରସାୟନ ତତ୍ୱ ବାହାରି ଆପଣଙ୍କ ଆଖିରେ ପହଞ୍ଚିଥାଏ। ସେଥିରୁ ଆପଣଙ୍କ ଆଖିରେ ସଲ୍‌ଫ୍ୟୁରିକ୍‌ ଏସିଡ୍‌ ତିଆରି ହୋଇଥାଏ। ଏହି ରସାୟନ ଆପଣଙ୍କ ଆଖିରେ ଖେଳେଇ ହୋଇଯିବା ପରେ ଲୁହ ଗ୍ରନ୍ଥିରୁ ଲୁହ ବାହାରିବାକୁ ଲାଗିଥାଏ।
ଲୁହରେ ଲାଇସୋଜାଇମ୍‌ ମଧ୍ୟ ରହିଛି, ଯାହା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଭାଇରାଲ୍‌ ହୋଇଥାଏ।



from Odisha Reporter https://ift.tt/2OQXVsJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages