
ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶର ବିଶିଷ୍ଟ ରାଜନେତା ତଥା ୱାଇଏସ୍ଆର କଂଗ୍ରେସ୍ ମୁଖ୍ୟ ଜଗନ୍ମୋହନ୍ ରେଡ୍ଡୀଙ୍କୁ ବିଶାଖାପଟନମ୍ ବିମାନବନ୍ଦରଠାରେ ଜଣେ କ୍ୟାଣ୍ଟିନ୍ ବୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣକାରୀଙ୍କ ନାମ ଶ୍ରୀନିବାସ ବୋଲି ଜଣାଯାଇଛି।
ସେ ଏକ ଧାରୁଆ ଅସ୍ତ୍ରରେ ଜଗନ୍ମୋହନ୍ଙ୍କ ବାମ କାନ୍ଧରେ ଆଘାତ କରିଥିଲା। ଯଦିଓ ଏହା ଜୀବନ ନେଲା ଭଳି ଆକ୍ରମଣ ନୁହେଁ, ତଥାପି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ସ୍ପଷ୍ଟ ହୋଇଯାଇଛି।
ବିମାନବନ୍ଦରରେ ଶ୍ରୀ ରେଡ୍ଡୀଙ୍କ ସହିତ ସେ ସେଲ୍ଫି ନେବାକୁ ଅନୁରୋଧ କରିଥିଲା। ସେ ଏଥିପାଇଁ ରାଜି ହୋଇଯିବା ପରେ ଏହି ଅଭିଯୁକ୍ତ ହଠାତ ଏକ ଧାରୁଆ ଅସ୍ତ୍ରରେ ଶ୍ରୀ ରେଡ୍ଡୀଙ୍କୁ ଆକ୍ରମଣ କରିଥିଲା। ତୁରନ୍ତ ତାକୁ ପୁଲିସ୍ କାବୁ କରିନେଇଥିଲା। ଆକ୍ରମଣ ପଛର ଉଦ୍ଦେଶ୍ୟ ପଚରାଯିବାରୁ ସେ କହିଥିଲା, ମୁଁ ଚାହେଁନି ଜଗନ୍ମୋହନ୍ କ୍ଷମତାକୁ ଆସନ୍ତୁ।
from Odisha Reporter https://ift.tt/2AswfBo
No comments:
Post a Comment