ସିବିଆଇ ମହାକଳିରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପଢ଼ନ୍ତୁ କ’ଣ କହିଛନ୍ତି ସର୍ବୋଚ୍ଚ ଅଦାଲତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ସିବିଆଇ ମହାକଳିରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପଢ଼ନ୍ତୁ କ’ଣ କହିଛନ୍ତି ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଘରୋଇ କଳିରେ ଆଜି ଦେଶର ସର୍ବୋଚ୍ଚ ନ୍ୟାୟଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ରାତିଅଧିଆ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପରୋକ୍ଷରେ ସମାଲୋଚନା କରିଛନ୍ତି। ଏଥିସହ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସାରିବାକୁ କେନ୍ଦ୍ର ସରକାର ୩ ସପ୍ତାହ ସମୟ ମାଗିଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହାସହ ସୁପ୍ରିମକୋର୍ଟ ଦେଇଥିବା ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ଏହି ରୁଲିଂ ସମ୍ପର୍କରେ ସଂକ୍ଷେପରେ ଜାଣନ୍ତୁ:

୧: ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ(ସିଭିସି)କୁ ସୁପ୍ରିମକୋର୍ଟ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ୨ ସପ୍ତାହରେ ସାରିବାକୁ କହିଛନ୍ତି।

୨: ସୁପ୍ରିମକୋର୍ଟ ସିବିଆଇ ମହାକଳି ମାମଲାକୁ ଜାତୀୟ ସ୍ୱାର୍ଥ ସହ ଜଡ଼ିତ ବୋଲି କହିବା ସହ ଏହାର ତଦନ୍ତରେ କୌଣସି ପ୍ରକାରର ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌କେ କୌଲ ଓ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ରିପୋର୍ଟ ୧୦ ଦିନ ମଧ୍ୟରେ କୋର୍ଟରେ ଦାଖଲ ହେବ। ଏହାପରେ ଏହାର ତଦନ୍ତ ଆଗକୁ ବଢ଼ିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ।

୩: ସିଭିସି ନିଜ ଇଚ୍ଛା ଅନୁସାରେ ଆଲୋକ ବର୍ମାଙ୍କ ବିରୋଧରେ ତଦନ୍ତ କରିପାରିବେ ନାହିଁ। ଏହା ଉପରେ ନଜର ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି।

୪: ମଧ୍ୟବର୍ତ୍ତୀକାଳୀନ ସିବିଆଇ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କ ଉପରେ ଲଗାମ ଲଗାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ। ନିଯୁକ୍ତି ପାଇଥିବାରୁ ସେ କେବଳ ପ୍ରଶାସନିକ ଅଧିକାରୀ ଭାବେ କାମଚଳା ରୁଟିନ୍‌ କାମ କରିବେ।

୫: ଶ୍ରୀ ରାଓଙ୍କୁ ନିଯୁକ୍ତି ଦେବା ଦିନଠାରୁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତା’ର ସମସ୍ତ ତଥ୍ୟ ନଭେମ୍ବର ୧୨ ତାରିଖରେ ବନ୍ଦ ଲଫାପାରେ କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୬: ଅକ୍ଟୋବର ୨୩ରୁ ଅକ୍ଟୋବର ୨୬ ମଧ୍ୟାହ୍ଣ ୧୧.୩୦ ଯାଏ ଶ୍ରୀ ରାଓ ସିବିଆଇ ଅଫିସରଙ୍କ ବଦଳି ଓ ତଦନ୍ତ ଅଧିକାରୀଙ୍କୁ ବିଭିନ୍ନ ମାମଲାରୁ ହଟାଇବା ଆଦି କାର୍ଯ୍ୟ କରିଛନ୍ତି। ତେଣୁ ଏସମ୍ପର୍କରେ ସମସ୍ତ ତଥ୍ୟ ନଭେମ୍ବର ୧୨ରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ଶ୍ରୀ ରାଓ ଦାୟିତ୍ୱ ନେବାପରେ ଆଲୋକ ବର୍ମାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କିଛି ଅଧିକାରୀଙ୍କୁ ତୁରନ୍ତ ବଦଳି କରିଥିଲେ।

୭: ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ନିଜ ପକ୍ଷ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ, ଏବେ ଆପଣଙ୍କ ଆବେଦନର ଶୁଣାଣି ହେଉନି। ତେଣୁ ଆମେ ଆପଣଙ୍କର କୌଣସି ଯୁକ୍ତି ଶୁଣି ପାରିବୁ ନାହିଁ। ଆପଣଙ୍କ ସମୟ ଆସିଲେ ଆପଣ ପକ୍ଷ ରଖିବେ।



from Odisha Reporter https://ift.tt/2qc0MgQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages