
ମୁମ୍ବାଇ: ଅକ୍ଟୋବର ୨୩ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀର କେତେଜଣ ଲୋକପ୍ରିୟ ସେଲିବ୍ରିଟୀ। ସେଲିବ୍ରିଟିଙ୍କ ଏହି ଟିମ୍ରେ ଥିଲେ ଆମୀର ଖାନ୍, ରାଜ୍କୁମାର ହିରାନୀ, ଆନନ୍ଦ ଏଲ୍ ରୟ, ରିତେଶ୍ ସିଜ୍ୱାନୀ, ସିଦ୍ଧାର୍ଥ ରାୟ କପୁର, ମୌଲିକ୍ ବଗତ ଓ ମହାବୀର ଜୈନ୍ ପ୍ରମୁଖ।
ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚଳଚ୍ଚିତ୍ର ଶିଳ୍ପର ବିକାଶ ତଥା ଏହି ଉଦ୍ୟୋଗର ଉନ୍ନତୀ ପାଇଁ ଆଲୋଚନା କରାଯାଇଥିଲା। ସରକାର ଏଥିରେ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି ଜଣା ପଡିଛି।
ବୈଠକରେ ପିଏମ୍ ମୋଦୀ କହିଥିଲେ, ‘‘ ମୁଁ ସିନେମାର ଶକ୍ତି ଉପରେ ଭରସା କରେ। ଆଉ ମତେ ଜଣା ଅଛି ଯେ, ଦୁନିଆରେ ଲୋକଙ୍କ ଉପରେ ମନୋରଞ୍ଜନ କିଭଲି ପ୍ରଭାବ ପକାଇଥାଏ। ଏଥିରେ ମୁଁ ନିଶ୍ଚିତ ସହଯୋଗ କରିବି।’’
ଇଣ୍ଡଷ୍ଟ୍ରୀକୁ ଆଗକୁ ବଢ଼ାଇବା ପାଇଁ ଉଚିତ୍ ବ୍ୟବସ୍ଥା ଉପରେ କାମ କରିବାକୁ ମୋଦି ସେମାନଙ୍କୁ କହିଥିଲେ।
ମୋଦୀଙ୍କୁ ଭେଟିବା ପରେ ଉକ୍ତ ପ୍ରତିନିଧିମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସ୍ୱସ୍ଥ ହେଲୁ। ଏହା ଏକ ସକରାତ୍ମକ ପରିବର୍ତ୍ତନର ପୂର୍ବାଭାଷ ଦେଉଛି। ଯାହା ସାହାଯ୍ୟରେ ଇଣ୍ଡଷ୍ଟ୍ରିକୁ ଆର୍ଥିକ ଓ ସାମାଜିକ ରୂପରେ ପ୍ରୋତ୍ସାହନ ମିଳିବ।
from Odisha Reporter https://ift.tt/2qad7SK
No comments:
Post a Comment