ଖୋଲିଲା ଶିମିଳିପାଳ; ଏ ସବୁ ଉପରେ ନିଷେଧାଦେଶ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଖୋଲିଲା ଶିମିଳିପାଳ; ଏ ସବୁ ଉପରେ ନିଷେଧାଦେଶ ଜାରି

shimilipal

ବାରିପଦା (ମାଣିକ ଲାଲ ପାଣି): ଆଜିଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ପ୍ରବଳ ବର୍ଷା ଯୋଗୁ ଯାତାୟତରେ ବାଧା ଉପୁଜିବାରୁ କିଛି ଦିନ ପାଇଁ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା।

ଆଜି ପ୍ରଥମ ଦିନରେ ବାରିପଦା ପଟୁ ପିଠାବଟା ଗେଟ୍‌ ଓ ଜଶିପୁର କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି। ପ୍ରଥମ ଦିନରେ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ବିଭିନ୍ନ ଆଡୁ ଶତାଧିକ ପର୍ଯ୍ୟଟକ ଆଜି ଶିମିଳିପାଳକୁ ଆସିଛନ୍ତି।

ଏଠାକୁ ପ୍ରତିଦିନ ପିଠାବଟା ଦେଇ ୨୫ଟି ଓ କାଳିଆମି ଦେଇ ୩୫ଟି ଗାଡ଼ି ଆସିବାକୁ ଅନୁମତି ମିଳିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ପର୍ଯ୍ୟଟକମାନେ ରନ୍ଧା ଖାଦ୍ୟ ନେଇ ଅଭୟାରଣ୍ୟ ଭିତରକୁ ଯାଇପାରିବେ। ତେବେ ସେମାନେ ଆମିଷ ଖାଦ୍ୟ ନେଇ ଅଭୟାରଣ୍ୟ ଭିତରକୁ ଯାଇପାରିବେ ନାହିଁ। ଏହା ଉପରେ ନିଷେଧାଦେଶ ଜାରି କରାଯାଇଛି।

ଶିମିଳିପାଳରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ ଅଛି। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର ପକ୍ଷୀ ବି ଦେଖିପାରିବେ। ବନ ବିଭାଗ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/2qoTuqh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages