ସାଧାରଣ ଲୋକଙ୍କ ପାଇଁ ଖୋଲାହେବ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ସାଧାରଣ ଲୋକଙ୍କ ପାଇଁ ଖୋଲାହେବ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର କୋର୍ଟରୁମ୍‌ଗୁଡ଼ିକ ସାଧାରଣତଃ ସେହି ସ୍ଥାନ ହୋଇଥାଏ ଯେଉଁଠାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ନିର୍ଣ୍ଣାୟକ ରାୟସବୁ ଶୁଣାଇଥାନ୍ତି ଏବଂ କାଳକାଳ ପାଇଁ ଏସବୁ ଇତିହାସ ହୋଇ ରହିଯାଇଥାଏ। ଏହି ରାୟଗୁଡ଼ିକ ବାବଦରେ ଆମେ ଶୁଣିଥାଉ ସତ, ଏହି ସମ୍ମାନାସ୍ପଦ ଏବଂ ବହୁ ଘଟଣାର ମୂକସାକ୍ଷୀ କୋର୍ଟରୁମ୍‌ଗୁଡ଼ିକ ଦେଖିବା ପାଇଁ ସୁଯୋଗ ନଥାଏ। କାରଣ ଗତ ୬୦ ବର୍ଷ ଧରି ଏହି ରୁମ୍‌ଗୁଡ଼ିକରେ ସର୍ବସାଧାରଣ ଭ୍ରମଣ ପାଇଁ ଅନୁମତି ନାହିଁ।

କିନ୍ତୁ ଏବେ କଥା ବଦଳିଛି। କାରଣ ଗୁରୁବାର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଏପରି ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏକ ପୋର୍ଟାଲ ଉଦ୍‌ଘାଟନ କରିବେ। ଏହି ପୋର୍ଟାଲରେ ବୁକ୍‌ କରି କୋର୍ଟ ପରିସରରେ ‘ଗାଇଡେଡ୍‌ ଟୁର୍‌’ରେ ଯାଇହେବ। ଏହି ପ୍ରକଳ୍ପ ସହିତ ସଂଶ୍ଲିଷ୍ଟ କିଛି ବ୍ୟକ୍ତି ଏହି ବିଷୟରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ କେବଳ ଆଇନଜୀବୀ, ଆଇନ ପ୍ରଶିକ୍ଷାର୍ଥୀ, ଆଇନ ଛାତ୍ରଛାତ୍ରୀ, ମୋକଦ୍ଦମାର ଦୁଇ ପକ୍ଷ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ କଡ଼ାସୁରକ୍ଷାରେ ଥିବା ଏହି କୋର୍ଟରୁମ୍ ଭିତରକୁ ଯାଇପାରୁଛନ୍ତି। ଅତି ସମ୍ବେଦନଶୀଳ ଏହି ସ୍ଥାନକୁ ଯିବାପାଇଁ ବର୍ତ୍ତମାନ ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଇଲେକ୍ଟ୍ରୋନିକ୍ ଆକ୍‌ସେସ୍‌ କାର୍ଡ କିମ୍ବା ଦୈନିକ ପାସ୍ର ବ୍ୟବସ୍ଥ ରହିଛି। ପୋର୍ଟାଲ ଉନ୍ମୋଚନ ପରେ ନାଗରିକମାନଙ୍କୁ ଏଥିରେ ତାରିଖ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ୬୦ ମିନିଟ୍‌ ଅବଧିର ସ୍ଲଟ୍‌ ବାଛିବାକୁ ପଡ଼ିବ।

ପ୍ରାଥମିକ ସ୍ତରରେ ଶନିବାର ଦିନ ହିଁ ଏହି ସୁବିଧା ଉପଲବ୍ଧ ହେବ। କାରଣ ଏହି ଦିନ ଶୁଣାଣି ବନ୍ଦ ରହିଥାଏ। ୨୦୧୮ ମସିହାରେ ୬୦ ବର୍ଷ ପୂରଣ କରିବାକୁ ଥିବା ଏହି କୋଠା ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଏକ ଐତିହ୍ୟ ଭଳି।

ଟୁର୍‌ ବାବଦରେ ମିଳିଥିବା ସୂଚନା ଅନୁଯାୟୀ, ପୋର୍ଟାଲ ରେଜିଷ୍ଟ୍ରେସନ ନିଶ୍ଚିତ ହେବାପରେ ଏକ ବାରକୋଡ୍‌ ମେସେଜ୍‌ ଆସିଯିବ। ଭ୍ରମଣ ଦିନ ଏହି ବାରକୋଡ୍‌କୁ ରିସେପ୍‌ସନ୍‌ରେ ସ୍କାନିଂ କରାଯିବ। ସେଠାରୁ ଜଣେ ଗାଇଡ୍‌ କୋର୍ଟରୁମ୍‌ ବୁଲାବୁଲିର ପରିଚାଳନା କରିବେ।

ପ୍ରଥମେ କୋର୍ଟ ପରିସରରେ ଥିବା ଲନ୍‌ରୁ ଏହି ଭ୍ରମଣ ଆରମ୍ଭ ହେବ, ଯେଉଁଠାରେ ନ୍ୟାୟମୂର୍ତ୍ତିଙ୍କ ପ୍ରତିମା ସ୍ଥାନ ପାଉଛି। ଏହି ଭ୍ରମଣ ସରିବ କୋର୍ଟରୁମ୍‌ ନମ୍ବର ୧ଠାରେ, ଯାହାକି ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତିଙ୍କ କୋର୍ଟ ପାଇଁ ଉଦ୍ଦିଷ୍ଟ ଏବଂ ଏହା କେନ୍ଦ୍ରୀୟ ଗମ୍ବୁଜ ତଳେ ଥାଏ।

ଭ୍ରମଣକାରୀ ଲୋକେ ବିଚାରପତିଙ୍କ ପାଠାଗାର ମଧ୍ୟ ଦେଖିବାକୁ ପାଇବେ। ସେମାନେ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ କରିଡର୍‌ ପାଖଦେଇ ଚାଲିପାରିବେ ଏବଂ ଶେଷରେ ସଂଗ୍ରହାଳୟ ପରିଭ୍ରମଣ କରିବା ପରେ ଜଳପାନର ବ୍ୟବସ୍ଥା ରହିବ।

୧୯୫୦ ମସିହାରେ ସମ୍ବିଧାନ ସୁପ୍ରିମ୍‌କୋର୍ଟକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ ଏହାର ସ୍ଥାୟୀ ଠିକଣା ନଥିଲା। ବର୍ତ୍ତମାନ ଥିବା କୋଠାର ନିର୍ମାଣ ସେଣ୍ଟ୍ରାଲ ପବ୍ଲିକ୍‌ ୱାର୍କସ ଡିପାର୍ଟମେଣ୍ଟ ଅଧୀନରେ ଗଣେଶ ଭିକାଜି ଦେଓଲାଲିକରଙ୍କ ଦ୍ୱାରା ଆରମ୍ଭ ହୋଇ ଶ୍ରୀଧର କ୍ରିଷ୍ଣା ଜୋଗଲେକରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା। ୧୯୫୮ ମସିହା ଅଗଷ୍ଟରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଥିଲା।

ଭାରତ ପୂର୍ବରୁ ବ୍ରିଟେନ୍‌ ଏବଂ କ୍ୟାନାଡ଼ାର ସୁପ୍ରିମ୍‌କୋର୍ଟ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ ରହିବାର ବ୍ୟବସ୍ଥା ରହିଛି। ଏଠାରେ ମଧ୍ୟ ‘ଗାଇଡେଡ୍‌ ଟୁର୍‌’ ବ୍ୟବସ୍ଥା ରହିଛି।



from Odisha Reporter https://ift.tt/2Q8V0rN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages