ସରକାରଙ୍କ ସଫେଇ ପରେ ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ; ଅଣଆଇନଜୀବୀଙ୍କ ହାତରେ ଆନ୍ଦୋଳନ : ଆଇନ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସରକାରଙ୍କ ସଫେଇ ପରେ ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ; ଅଣଆଇନଜୀବୀଙ୍କ ହାତରେ ଆନ୍ଦୋଳନ : ଆଇନ ମନ୍ତ୍ରୀ

highcourt

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ପରିସରରେ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଅପ୍ରୀତିକର ପରିସ୍ଥିତି ସତ୍ତ୍ୱେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବାବେଳେ ଆଜି ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ପୁଲିସ ଓ ଓକିଲ ବିବାଦର ତଦନ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଭେମ୍ବର ୯ ତାରିଖ ପୂର୍ବରୁ ଶେଷ କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥତା ଦର୍ଶାଇ ଛୁଟିରେ ଥିବା ଏହି ମାମଲାର ତଦନ୍ତକାରୀ ଅଫିସର(ଆଇଜି ର‌୍ୟାଙ୍କ୍ ଅଧିକାରୀ)ଙ୍କୁ କାର୍ଯ୍ୟରେ ଯୋଗଦେବାର ୫ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବା ସହ ତଦନ୍ତର ଦୈନନ୍ଦିନ ଅଗ୍ରଗତି ସମ୍ପର୍କରେ ଜଷ୍ଟିସ ଦାଶଙ୍କୁ ଅବଗତ କରିବାକୁ ହାଇକୋର୍ଟ ଆଜି ରାୟ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସମ୍ମତି ଆଧାରରେ ବରିଷ୍ଠ ଓକିଲ ବିଜନ ରାୟ ଆଜି କୋର୍ଟଙ୍କ ସମ୍ମୁଖରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ଦିନ ମଧ୍ୟରେ ତଦନ୍ତ ସାରିବା ପାଇଁ ଅନୁରୋଧ କରିଥିଲେ।

ଏପଟେ ଦୀର୍ଘ ୨ମାସ ଧରି ହାତବାନ୍ଧି ବସିଥିବା ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଆଜି ମୁହଁ ଖୋଲିଛନ୍ତି। ହାଇକୋର୍ଟ ପରିସରରେ ବିଚାରପତି, କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ମୁତୟନ ଜାରି ରହିବ ବୋଲି ପୁଲିସ କମିଶନର ସ୍ପଷ୍ଟ କରିଛନ୍ତି।

ତେବେ ଆଜି ପୂର୍ବାହ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଓକିଲ ବିବାଦର ସମାଧାନ ପାଇଁ ସରକାର କିଛି କରୁନାହାନ୍ତି ବୋଲି କହିବା ଉଚିତ୍ ନୁହେଁ । ସେ ନିଜେ ବ୍ୟକ୍ତିଗତ ଭାବେ ବାର କାଉନସିଲ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନ ବାହାରି ପାରିନି। ତା’ଛଡ଼ା ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ମାମଲାର ତଦନ୍ତ ଜଣେ ଆଇଜି ର‌୍ୟାଙ୍କର ଅଫିସର କରୁଛନ୍ତି। ସରକାର ଚାହିଁନଥିଲେ ଏହି ମାମଲାରେ ୨ଜଣ ଗିରଫ ଓ ୪ଜଣ ପୁଲିସ କର୍ମଚାରୀ ନିଲମ୍ବନ ହୋଇନଥାନ୍ତେ। ଏବେ ଓକିଲ ଆନ୍ଦୋଳନ ଆଉ ଆଇନଜୀବୀଙ୍କ ହାତରେ ନାହିଁ। ତାହା ଅଣଆଇନଜୀବୀଙ୍କ ହାତକୁ ପଳାଇଲାଣି। ଯେହେତୁ ଏହି ମାମଲା ଏବେ ହାଇକୋର୍ଟଙ୍କ ବିଚାରାଧୀନ ରହିଛି ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଅପେକ୍ଷା କରିଛନ୍ତି। ସରକାରଙ୍କର ଏହି ଘଟଣାରେ କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ମରା ପ୍ରତିବାଦରେ ଓକିଲମାନେ ୨ମାସରୁ ଅଧିକ ଦିନ ହେଲା ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବାବେଳେ ଏହି ଆନ୍ଦୋଳନ କିଭଳି ଅଣଆଇନଜୀବୀଙ୍କ ହାତକୁ ପଳାଇଗଲାଣି ବୋଲି ଆଇନମନ୍ତ୍ରୀ ସଫେଇ ଦେଉଛନ୍ତିି? ଗତକାଲି ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତିବେଳେ ଯେଉଁ ଅଣଓକିଲଙ୍କୁ ଦେଖିବାକୁ ମିଳିଥିଲା ସେମାନେ ବିଜୁ ଯୁବ ବାହିନୀର ସଦସ୍ୟମାନେ ବୋଲି କିଛି ଓକିଲ ଅଭିଯୋଗ କରିଥିଲେ। ତା’ହେଲେ କ’ଣ ଓକିଲ ଆନ୍ଦୋଳନ ଏବେ ବିଜୁ ଯୁବ ବାହିନୀ ହାତକୁ ଚାଲିଗଲାଣି ? ତେଣୁ ଏଭଳି ସ୍ଥିତିରେ ଆଇନ ମନ୍ତ୍ରୀଙ୍କ ବୟାନ ମାମଲାକୁ ଶାନ୍ତ କରିବ ନା ଅଧିକ ଅଶାନ୍ତ କରିବ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହେଲାଣି।

ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଅପେକ୍ଷା କରିଛନ୍ତି ବୋଲି କହିଥିବା ଆଇନମନ୍ତ୍ରୀ ଶ୍ରୀ ଜେନା ଆନ୍ଦୋଳନକୁ ତୁରନ୍ତ ସମାପ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଆଜିପର୍ଯ୍ୟନ୍ତ ଥରୁଟିଏ ବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଜଣେ ଆଇଜି ର‌୍ୟାଙ୍କ୍ ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହିଁକି ସେହି ତଦନ୍ତ ଅଧପନ୍ତରିଆ ଥିଲା ତାହା ବି ବୁଝାପଡ଼ୁନି।

ତେବେ ଆଜି ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ନଭେମ୍ବର ୯ ତାରିଖର ପରବର୍ତ୍ତୀ ଶୁଣାଣିବେଳକୁ ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/2ESYfT0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages