କାଲି ସାତକୋଶିଆ ଯିବ ବିଜେପି ପ୍ରତିନିଧି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

କାଲି ସାତକୋଶିଆ ଯିବ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ସାତକୋଶିଆରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା। ମାତ୍ର ସୁନ୍ଦରୀ ସାତକୋଶିଆରେ ପଦ ଥାପିବା ପରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ‘ସୁନ୍ଦରୀ’ ଅଭୟାରଣ୍ୟର କୋର୍‌ ଅଞ୍ଚଳକୁ ନଯାଇ ଗ୍ରାମାଭିମୁଖୀ ହେଉଛି। କେତେବେଳେ ମଣିଷ ଶିକାର କରୁଛି ତ ଆଉ କେତେବେଳେ ଗାଈଗୋରୁଙ୍କୁ ଝାମ୍ପି ନେଉଛି। ଫଳରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବାଘର ମୁହଁକୁ ଠେଲି ଦେଇଛନ୍ତି। ରାଜ୍ୟ ବିଜେପି ଆଜି ଏପରି ଅଭିଯୋଗ ଆଣିଛି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି-“ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳର ଲୋକଙ୍କ ପ୍ରତିବାଦର ସ୍ୱରକୁ ଚାପିବା ପାଇଁ ପୁଲିସ ରାଜନୀତିକ ପ୍ରତିହିଂସା ପରାୟଣ ହୋଇ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ଗିରଫ କରିଛି। ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ଗିରଫ କରିବାକୁ ପଛାଉ ନାହିଁ। ଏପରି ସ୍ଥିତିରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ସ୍ଥିତିକୁ ଅନୁଧ୍ୟାନ ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆସନ୍ତାକାଲି ସେହି ଅଞ୍ଚଳ ଗସ୍ତ କରିବ।”

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ସାଂସଦ ରୁଦ୍ର ପାଣି, ପ୍ରଦେଶ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅନ୍ୟତମ ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରୀପାଠି ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକୁ ପରିଦର୍ଶନ କରିବେ ଓ ଲୋକଙ୍କ ସହିତ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter https://ift.tt/2JqzDjg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages