
ଭୁବନେଶ୍ବର (ଓଡ଼ିଶା ରିପୋର୍ଟର)- ଗତ ସେପ୍ଟେମ୍ବର ମାସରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୯୪ ହଜାର କୋଟି ଟଙ୍କାକୁ ଟପିଯାଇଛି। ଗତ ଅଗଷ୍ଟ ମାସରେ ଏହି ପରିମାଣ ୯୩,୬୯୦ କୋଟି ଟଙ୍କାରେ ସୀମିତ ଥିଲା।
ତେବେ ସେପ୍ଟେମ୍ବର ମାସର ଜିଏସ୍ଟି ସଂଗ୍ରହ ମଧ୍ୟରୁ ସିଜିଏସ୍ଟି ପରିମାଣ ୧୫,୩୧୮ କୋଟି ଟଙ୍କା, ଏସ୍ଜିଏସ୍ଟି ପରିମାଣ ୨୧,୦୬ ୧ କୋଟି ଟଙ୍କା, ଆଇଜିଏସ୍ଟି ପରିମାଣ ୫୦,୦୭୦ କୋଟି ଟଙ୍କା ବୋଲି ଜଣାଯାଇଛି। ଆମଦାନୀ ପାଇଁ ଉଦ୍ଦିଷ୍ଟ ୨୫,୩୦୮ କୋଟି ଟଙ୍କା ମଧ୍ୟ ଏହି ଆଇଜିଏସ୍ଟିରେ ଅନ୍ତର୍ଭୁକ୍ତ।
ଅନ୍ୟପକ୍ଷରେ ସେସ୍ ବାବଦକୁ ଏହି ମାସରେ ୭,୯୯୩ କୋଟି ଟଙ୍କା ଆଦାୟ ହୋଇପାରିଛି। ୩୦ ସେପ୍ଟେମ୍ବର ସୁଦ୍ଧା କରାଯାଇଥିବା ମୋଟ ଜିଏସ୍ଟିଆର ୩ବି ରିଟର୍ଣ୍ଣ ପରିମାଣ ୬୭ ଲକ୍ଷ ବୋଲି କୁହାଯାଇଛି। ଏହି ଅବଧିରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସେଟେଲ୍ମେଣ୍ଟ ପରେ ମୋଟ ରାଜସ୍ୱ ସିଜିଏସ୍ଟି ବାବଦକୁ ୩୦,୫୭୪ କୋଟି ଏବଂ ଏସ୍ଜିଏସ୍ଟି ବାବଦକୁ ୩୫,୦୧୫ କୋଟି ରହିଛି।
from Odisha Reporter https://ift.tt/2xZiFms
No comments:
Post a Comment