’୧୫ ଦିନରେ ମୋବାଇଲ୍‌ ନମ୍ବରରୁ ‘ଆଧାର’ ଡିଲିଙ୍କ୍‌ ପ୍ଲାନ୍‌ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

’୧୫ ଦିନରେ ମୋବାଇଲ୍‌ ନମ୍ବରରୁ ‘ଆଧାର’ ଡିଲିଙ୍କ୍‌ ପ୍ଲାନ୍‌ ଦିଅ’

(ଓଡ଼ିଶା ରିପୋର୍ଟର)- ବିଭିନ୍ନ ସେବାପାଇଁ ‘ଆଧାର’ ତଥ୍ୟ ଦେବା ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଧାର ଡିଲିଙ୍କ୍‌ ପାଇଁ ପ୍ଲାନ୍‌ ଦେବାକୁ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ‘ଆଧାର’ କର୍ତ୍ତୃପକ୍ଷ।

‘ଆଧାର’ କର୍ତ୍ତୃପକ୍ଷ ୟୁଆଇଡିଏଆଇ ଏଭଳି ନିର୍ଦ୍ଦେଶ ଦେଇ କହିଛନ୍ତି, ମୋବାଇଲ୍‌ ସିମ୍‌ ପାଇଁ ଚିହ୍ନଟ ପାଇଁ ୧୨ ଟିକିଆ ‘ଆଧାର’ ନମ୍ବର ବ୍ୟବହାର ବାଧ୍ୟତାମୂଳକ ହୋଇ ନଥିବାରୁ ଏହାକୁ କିଭଳି ବନ୍ଦ କରି ଦିଆଯାଇପାରିବ ସେନେଇ କମ୍ପାନୀମାନେ ସେମାନଙ୍କ ପ୍ଳାନ ଦିଅନ୍ତୁ। ଏୟାରଟେଲ, ଭୋଡାଫୋନ୍-ଆଇଡିଆ, ଜିଓ ଏବଂ ଅନ୍ୟ ଟେଲିକମ୍‌ ସେବା ପ୍ରଦାନକାରୀଙ୍କୁ ଏନେଇ ଏକ ସର୍କୁଲାର ଜରିଆରେ ଜଣାଇ ଦିଆଯାଇଛି।

ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ଆକ୍ସନ୍‌ ପ୍ଲାନ୍‌ ବା ଏକ୍‌ଜିଟ୍‌ ପ୍ଲାନ୍‌ ଦେବାପାଇଁ ଏଥିରେ ଉଲ୍ଲେଖ  କରାଯାଇଛି। ଏହାଫଳରେ ମୋବାଇଲ ସିମ୍‌ ପାଇଁ ଆବଶ୍ୟକ ଭେରିଫିକେଶନ୍‌ରେ ୧୨ ଟିକିଆ ବାୟୋମେଟ୍ରିକ୍‌ ଆଇଡିର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇ ପାରିବ। କିନ୍ତୁ ସିମ୍‌ ବିକ୍ରି କରିବା ଏକ ସମ୍ବେଦନଶୀଳ କାର୍ଯ୍ୟ ହୋଇଥିବାରୁ ଏଥିପାଇଁ ଯେମିତି ହେଲେବି ବ୍ୟକ୍ତିଗତ ତଥ୍ୟ ଆବଶ୍ୟକ ହେବ, ଯାହାକି ‘ଆଧାର’ ସହଜ କରିଦେଇଥିଲା।

କିନ୍ତୁ ବିନା ‘ଆଧାର’ରେ ଏସବୁ କରିବାପାଇଁ ପୂର୍ବଭଳି ଫର୍ମ, ଫଟୋ ଏବଂ ଫଟୋ ପରିଚୟପତ୍ର ନକଲ ଦେବାକୁ ହେବ। ତେବେ ଏଣିକି ସିମ କାର୍ଡ ପାଇବା ସମୟସାପେକ୍ଷ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।



from Odisha Reporter https://ift.tt/2xLkVyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages