କୋର୍ଟରେ ପହଞ୍ଚିଲା ସିବିଆଇର ଅନ୍ତର୍ଦ୍ଵନ୍ଦ୍ଵ: ଏଫ୍‌ଆଇଆର୍‌ ରଦ୍ଦ ପାଇଁ ଆସ୍ଥାନାଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

କୋର୍ଟରେ ପହଞ୍ଚିଲା ସିବିଆଇର ଅନ୍ତର୍ଦ୍ଵନ୍ଦ୍ଵ: ଏଫ୍‌ଆଇଆର୍‌ ରଦ୍ଦ ପାଇଁ ଆସ୍ଥାନାଙ୍କ ନିବେଦନ

ନୂଆଦିଲ୍ଲୀ: ଦେଶରେ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ନଂ ୧ ଓ ନଂ ୨ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ଵନ୍ଦ୍ଵ ଏବେ କୋର୍ଟରେ ପହଞ୍ଚିଛି। ସିବିଆଇର ନଂ ୨ ଅଧିକାରୀ ତଥା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ସିବିଆଇର ନିର୍ଦ୍ଦେଶକ ତଥା ମୁଖ୍ୟ ଆଲୋକ ବର୍ମା ଲାଞ୍ଚ କାରବାର ନେଇ ଏଫ୍‌ଆଇଆର୍‌ ଦେବା ପରେ ବିବାଦ ତୀବ୍ର ହୋଇଛି।

ଆଜି ରାକେଶ ଆସ୍ଥାନର ଏହି ଏଫ୍‌ଆଇଆର୍‌କୁ ରଦ୍ଦ କରାଯାଉ ବୋଲି ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସିବିଆଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁ ବୋଲି ମଧ୍ୟ ଆସ୍ଥାନା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। ସେ ନିଜର ଆବେଦନ ପତ୍ରକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ଙ୍କ ଆଗରେ ରଖିଛନ୍ତି। ତେବେ ମୁଖ୍ୟ ବିଚାରପତି ଏହାର ଶୁଣାଣି ପାଇଁ ଆଉ ଏକ ବେଞ୍ଚକୁ ପଠାଇବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଗତକାଲି ସିବିଆଇ ଗିରଫ କରିଥିବା ସିବିଆଇର ଡିଏସ୍‌ପି ଦେବେନ୍ଦ୍ର କୁମାର ମଧ୍ୟ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଲାଞ୍ଚ କାରବାର ଘଟଣାରେ ଗିରଫ କରାଯାଇଛି ବୋଲି ସିବିଆଇ କହୁଥିଲେ ହେଁ ଦେବେନ୍ଦ୍ର ଏହାକୁ ବେଆଇନ୍‌ ବୋଲି କହିଛନ୍ତି। ଦେବେନ୍ଦ୍ର କୁମାର ନିଜର ଆବେଦନରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମା ଓ ପର୍ସନେଲ ଏବଂ ଟ୍ରେନିଂ ବିଭାଗକୁ ମାମଲାରେ ସଂପୃକ୍ତ କରିଛନ୍ତି। ଏଥିସହ ସେ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ମଧ୍ୟ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ଆଜି ଦେବେନ୍ଦ୍ରଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା। ସିବିଆଇ ପକ୍ଷରୁ ଦେବେନ୍ଦ୍ରଙ୍କୁ ୧୦ ଦିନ ପାଇଁ ହେପାଜତକୁ ନେବାକୁ ନିବେଦନ କରାଯାଇଛି। ତାଙ୍କୁ ଗିରଫ କରାଯିବା ପରେ ଲାଞ୍ଚ କାରବାରରେ ସେ ସଂପୃକ୍ତ ଥିବାର ପ୍ରମାଣ ମିଳିଛି। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ବିଚାରପତି ସନ୍ତୋଷ ସ୍ନେହି ମେନନ୍‌ଙ୍କୁ ଜଣାଇଛି। ତେବେ ଏହାକୁ ଦେବେନ୍ଦ୍ରଙ୍କ ଓକିଲ ବିରୋଧ କରିଥିଲେ। ଏହାର ଶୁଣାଣି ରିପୋର୍ଟ ଲେଖାହେବା ଯାଏ ଜାରି ରହିଛି।

ମାଂସ ବ୍ୟବସାୟୀ ମୋଇନ୍‌ କୁରେଶି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ସିବିଆଇ ଅନ୍ୟ ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ସଂପୃକ୍ତି ସମ୍ପର୍କରେ ଜାଣିପାରିଥିଲା। ତେବେ ତାଙ୍କୁ ଏହି ମାମଲାରେ ସୁରକ୍ଷା ଯୋଗାଇ ଦେବାକୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

 



from Odisha Reporter https://ift.tt/2yq8I2A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages