
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ରନ୍ ମେସିନ୍ ତଥା ଅଧିନାୟକ ବିରାଟ୍ କୋହଲି ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ କରିଚାଲିଛନ୍ତି। ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରି ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବକନିଷ୍ଠ କ୍ରିକେଟର୍ ଭାବେ ୬୦ ତମ ଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଥିଲେ। ଏହା ତାଙ୍କ ଦିନିକିଆ କ୍ରିକେଟର୍ ୩୬ ତମ ଶତକ ଥିଲା। ଯଦି ଆସନ୍ତକାଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ୍ ତାଙ୍କର ସେହି ଫର୍ମ ବଜାୟ ରଖିପାରନ୍ତି, ତା’ହେଲେ ସେ ପୁଣି ଏକ ବିଶ୍ୱ ରେକର୍ଡରେ ନିଜ ନାଁକୁ ସାମିଲ କରିପାରିବେ।

ଏବେ ବିରାଟ୍ ଦିନିକିଆରେ ୧୦ ହଜାର ରନ୍ ହାସଲ କରିବାଠାରୁ ମାତ୍ର ୮୧ ରନ୍ ଦୂରରେ ରହିଛନ୍ତି। ଯଦି ସେ ଦ୍ୱିତୀୟ ଦିନିକିଆରେ ୮୧ ରନ୍ ହାସଲ କରିନିଅନ୍ତି, ତା’ହେଲେ ସବୁଠାରୁ କମ୍ ଇନିଂସ୍ ଖେଳି ୧୦ ହଜାର ରନ୍ କରିବାରେ ବିରାଟ୍ ବିଶ୍ୱର ପ୍ରଥମ ଖେଳାଳି ହୋଇଯିବେ।
ବର୍ତ୍ତମାନ ଏହି ରେକର୍ଡ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ୍ ୨୫୯ଟି ଇନିଂସ୍ରେ ୧୦ ହଜାର ରନ୍ ହାସଲ କରିଥିଲେ। ତେବେ କୋହଲି ବର୍ତ୍ତମାନ ସୁଦ୍ଧା ମାତ୍ର ୨୦୪ଟି ଇନିଂସ୍ରେ ୯୯୧୯ ରନ୍ କରିପାରିଛନ୍ତି। ତେଣୁ ଆସନ୍ତାକାଲି ମ୍ୟାଚ୍ରେ କୋହଲି ରେକର୍ଡ ଭାଙ୍ଗି ନ ପାରିଲେ ମଧ୍ୟ ଏହି ସିରିଜ୍ରେ ନିଶ୍ଚିତ ଏହି ରେକର୍ଡକୁ ହାସଲ କରିପାରିବେ।
from Odisha Reporter https://ift.tt/2q843h8
No comments:
Post a Comment