ଏସିଆ କପ୍‌ ଚାମ୍ପିୟନ୍‌ ଟିମ୍‌ରେ ଓଡ଼ିଆ ଟୋକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଏସିଆ କପ୍‌ ଚାମ୍ପିୟନ୍‌ ଟିମ୍‌ରେ ଓଡ଼ିଆ ଟୋକା

ଢାକା (ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ରେ ଭାରତ ଚାମ୍ପିୟନ୍‌ ହେବାକୁ ନେଇ ସାରା ଦେଶରେ ଉତ୍ସବର ପରିବେଶ। ଏହା କିନ୍ତୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର। କାରଣ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ରାଜେଶ ମହାନ୍ତି ନାମକ ଜଣେ ଓଡ଼ିଆ ଖେଳାଳି ମଧ୍ୟ ସ୍ଥାନ ପାଇଥିଲେ ।

ପୂର୍ବରୁ ଓଡ଼ିଶା ରଣଜୀ ଦଳରେ ମଧ୍ୟ ସ୍ଥାନ ପାଇସାରିଥିବା ରାଜେଶ ଜଣେ ମିଡିୟମ ପେସ୍ ବୋଲର ଭାବେ ଏଥିରେ ଖେଳିବାର ସୁଯୋଗ ପାଇଥିଲେ ।

ଆଜିର ଫାଇନାଲ ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୧୮ ରନ ଦେଇଥିଲେ କୌଣସି ମଧ୍ୟ ୱିକେଟ ହାତେଇ ପାରିନଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୩ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିବା ରାଜେଶ ମାତ୍ର ଗୋଟିଏ ୱିକେଟ ପାଇଥିଲେ। କିନ୍ତୁ ବ୍ୟାଟିଂରେ କୌଣସି ରନ କରି ପାରିନଥିଲେ ।

ପ୍ରମୁଖ କ୍ରିକେଟ୍‌ ଦଳରେ ସ୍ଥାନ ପାଇବାରେ ଗତ କିଛ ବର୍ଷ ଧରି ଓଡ଼ିଆ ସ୍ଥାନ ପାଇବା ସ୍ୱପ୍ନ ହୋଇଯାଇଥିବାବେଳେ ରାଜେଶଙ୍କ ସ୍ଥାନ ପାଇବା ତାଙ୍କ ଜନ୍ମସ୍ଥାନ ନୟାଗଡ଼ ସମେତ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।  ଆଖିଦୃଶିଆ ପ୍ରଦର୍ଶନ ନହୋଇଥିଲେ ମଧ୍ୟ ଏକ  ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ହେବା ନିଶ୍ଚୟ ଗୌରବର କଥା।



from Odisha Reporter https://ift.tt/2yjEzkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages