ଟ୍ରମ୍ପଙ୍କ ଜୋତାରେ ଲାଖିଥିବା କାଗଜ ଆଇଲା କୋଉଠୁ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଟ୍ରମ୍ପଙ୍କ ଜୋତାରେ ଲାଖିଥିବା କାଗଜ ଆଇଲା କୋଉଠୁ, ଦେଖନ୍ତୁ ଭିଡିଓ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିମାନ ଚଢ଼ିବା ବେଳର ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କାରଣ ବିମାନରେ ଚଢ଼ିବା ବେଳେ ଏକ ଅଜବ ଅଜବ କଥା ଦୃଷ୍ଟିକୁ ଆସିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ଗୋଡ଼ରେ ଏକ ପେପର୍‌ ଲାଗିଥିବା ବେଳେ ଏହାକୁ ସେ ଦେଖି ନ ପାରି ବିମାନ ଭିତରକୁ ପ୍ରବେଶ କରିଥିଲେ।

ଭୁଲକ୍ରମେ ଟ୍ରମ୍ପଙ୍କ ଜୋତାରେ ଟଏଲେଟ୍‌ ପେପର୍‌ ଲାଗିଯାଇ ପାରିଥାଏ ବୋଲି କିଛି ଲୋକ କହୁଥିବା ବେଳେ ଆଉ କେତେଜଣ କେହି ଜାଣିଶୁଣି ଟ୍ରମ୍ପଙ୍କୁ ଲଜ୍ଜିତ କରିବା ପାଇଁ ଏହାକୁ ତାଙ୍କ ଜୋତାରେ ଲଗାଇ ଦେଇଛି ବୋଲି କହିଛନ୍ତି।
ତଳୁ ବାୟୁସେନା ୱାନ୍‌ର ସ୍ୱତନ୍ତ୍ର ବିମାନରେ ଚଢ଼ିବା ପର୍ଯ୍ୟନ୍ତ ଏହି କାଗଜଟି ଟ୍ରମ୍ପଙ୍କ ବାମପଟ ଜୋତାରେ ଲାଗି ରହିଥିଲା। ତେବେ ସେ ବିମାନରେ ପ୍ରବେଶ କରିବା କ୍ଷଣି କାଗଜଟି ବାହାରି ଯାଇଥିଲା। କିନ୍ତୁ ଏହି ଦୃଶ୍ୟଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ଏହାକୁ ନେଇ ଟ୍ରମ୍ପଙ୍କୁ ପରିହାସ ମଧ୍ୟ କରିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2NlYFA9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages