ବିନା ମା’ରେ ଜନ୍ମ ହୋଇଥିଲେ ଅର୍ଜୁନଙ୍କ ଗୁରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବିନା ମା’ରେ ଜନ୍ମ ହୋଇଥିଲେ ଅର୍ଜୁନଙ୍କ ଗୁରୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଭାରତ ଯୁଦ୍ଧରେ ବଡ଼ ବଡ଼ ବୀର ଯୋଦ୍ଧା ଯୁଦ୍ଧ କରିଥିବା ଆପଣ ଜାଣିଥିବେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଦ୍ରୋଣାଚାର୍ଯ୍ୟ। ଆପଣ ଏହା ମଧ୍ୟ ଜାଣିଥିବେ ଯେ, ଦ୍ରୋଣାଚାର୍ଯ୍ୟ କୌରବ ଏବଂ ପାଣ୍ଡବ ଦୁହିଁଙ୍କର ଗୁରୁ ଥିଲେ। ଦ୍ରୋଣାଚାର୍ଯ୍ୟଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ଥିଲେ ଅର୍ଜୁନ। ଗୁରୁ ଦ୍ରୋଣ ଜଣେ ମହାନ୍‌ ଯୋଦ୍ଧା ହୋଇଥିଲେ ମଧ୍ୟ ତାଙ୍କ ଜନ୍ମ ବୃତ୍ତାନ୍ତ ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ।

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପିତା ହେଉଛନ୍ତି ମହର୍ଷି ଭରଦ୍ୱାଜ। ହେଲେ ବିନା ମା’ ରେ ଜନ୍ମ ଭୁମିଷ୍ଠ ହୋଇଥିଲେ ଭାରତର ଏହି ମହାନ୍‌ ଗୁରୁ। ତା ହେଲେ, ଆସନ୍ତୁ ଜାଣିବା ଦ୍ରୋଣାଚାର୍ଯ୍ୟଙ୍କର ଜନ୍ମ କେବେ ଓ କିପରି ହୋଇଥିଲା।

ଥରେ ଦ୍ରୋଣଙ୍କର ପିତା ଋଷି ଭରଦ୍ୱାଜ କିଛି ଋଷିମାନଙ୍କ ସହିତ ମିଶି ଗଙ୍ଗାକୂଳରେ ଏକ ବଡ଼ ଯଜ୍ଞ କରୁଥିଲେ। ସବୁଦିନ ପରି ଭରଦ୍ୱାଜ ଅନ୍ୟ ଋଷିକୁମାରମାନଙ୍କ ସହିତ ଗଙ୍ଗାରେ ସ୍ନାନ କରିବାକୁ ଯାଆନ୍ତି।

ଏକଦା ସେ ସ୍ନାନ କରୁଥିବା ବେଳେ ସ୍ୱର୍ଗର ଜଣେ ସୁନ୍ଦରୀ ଅପ୍‌ସରାଙ୍କୁ ଦେଖି ବିଚଳିତ ହୋଇ ପଡିଥିଲେ ଭରଦ୍ୱାଜ। ଗଙ୍ଗାରୁ ସ୍ନାନ ସାରି ବାହାରୁଥିବା ସମୟରେ ଓଦା ବସ୍ତ୍ରରେ ଅପୂର୍ବ ସୁନ୍ଦର ଦିଶୁଥିବା ଏହି ଅପ୍‌ସରାଙ୍କୁ ଦେଖି ଋଷି ଭରଦ୍ୱାଜଙ୍କ ମନରେ କାମଭାବନା ଜାଗ୍ରତ ହୋଇଥିଲା। ମନରେ ଜାତ ହୋଇଥିବା କାମନା ଯୋଗୁ ତାଙ୍କର ବୀର୍ଯ୍ୟ ସ୍ଖଳିତ ହୋଇଥିଲା। ଏହାପରେ ଋଷି ଭରଦ୍ୱାଜ ସେହି ବୀର୍ଯ୍ୟକୁ ପତ୍ରରେ ତିଆରି ହୋଇଥିବା ଏକ ଠୋଲା( ସଂସ୍କୃତରେ ଯାହାକୁ ଦ୍ରୋଣ କୁହାଯାଏ)ରେ ବୁଦାମୂଳେ ରଖି ଦେଇଥିଲେ।  ଏହାପରେ ଋଷିମାନଙ୍କ ସହିତ ସ୍ନାନ କରି ପୁନଶ୍ଚ ଯଜ୍ଞସ୍ଥଳକୁ ଫେରି ଆସିଥିଲେ।
ଏହିପରି ଯଜ୍ଞ ସମାପ୍ତ ହେବାପରେ ମହର୍ଷି ଭରଦ୍ୱାଜ ନିଜ ଆଶ୍ରମକୁ ଆସି ରହିଥିଲେ। ଏହାର କିଛି ଦିନ ବିତିଯିବା ପରେ ତପୋବଳରେ ଋଷି ଭରଦ୍ୱାଜଙ୍କୁ ଉକ୍ତ ଘଟଣା ସମ୍ପର୍କରେ କିଛି ଜ୍ଞାତ ହୋଇଥିଲା।

ସେ ଆଶ୍ରମରୁ ବାହାରି ଗଙ୍ଗାନଦୀ କୂଳରେ ଥିବା ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାରେ ସେ ନିଜ ବୀର୍ଯ୍ୟ ଧାରଣ କରିଥିବା ପତ୍ର ଠୋଲାକୁ ରଖିଥିଲେ।

ଏହାପରେ ଋଷି ଦେଖିଥିଲେ ସେହି ଠୋଲାରେ ଏକ ଶିଶୁପୁତ୍ର ଖେଳୁଛି। ଅପୂର୍ବ ତେଜୋମୟ ଦିଶୁଥିବା ଶିଶୁଟିକୁ ଭରଦ୍ୱାଜ ନିଜ ଆଶ୍ରମକୁ ନେଇ ଆସିଥିଲେ। ପରବର୍ତ୍ତୀ କାଳରେ ସେହି ଶିଶୁ ଭରଦ୍ୱାଜଙ୍କର ପୁତ୍ର ଦ୍ରୋଣାଚାର୍ଯ୍ୟ ଭାବେ ପ୍ରସିଦ୍ଧି ଲାଭ କରିଥିଲେ।

ମାତୃ ଗର୍ଭରୁ ଜନ୍ମ ନ ନେଇ ଏକ ପତ୍ର ଠୋଲାରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମକରଣ ଦ୍ରୋଣ ହୋଇଥିଲା। ସେ ପରବର୍ତ୍ତି ସମୟରେ ଭଗବାନ ପରଶୁରାମଙ୍କ ଶିଷ୍ୟତ୍ୱ ଲାଭ କରି ସମସ୍ତ ଦିବ୍ୟ ଅସ୍ତ୍ରଶସ୍ତ୍ରର ଜ୍ଞାନ ପ୍ରାପ୍ତ କରିଥିଲେ।



from Odisha Reporter https://ift.tt/2O75afn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages