‘ଦାମ ପଶୁ ଡାକ୍ତର, ମୁଁ ମଣିଷ ଡାକ୍ତର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

‘ଦାମ ପଶୁ ଡାକ୍ତର, ମୁଁ ମଣିଷ ଡାକ୍ତର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଆଳି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା, ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଶାସନ ବିରୋଧରେ ସୂଚନା ଅଧିକାର ଆଇନ୍‌ର ଭୂମିକା ସମ୍ପର୍କରେ ବିଶାଳ ଜନସମାବେଶ। ଏଥିରେ ଅତିଥି ଭାବେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଯୋଗ ଦେଇଥିଲେ। ତେବେ ସଭା ଆରମ୍ଭ ସମୟରେ ପାଚେରୀ ସେପଟରୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ଡାକ୍ତର ରାଉତ। ଅନ୍ୟପକ୍ଷରେ ନିଆଳି ବିଧାୟକଙ୍କ ଉପରେ ସେ ବର୍ଷିଛନ୍ତି। ଏହାର କଡ଼ା ଜବାବ ମଧ୍ୟ ଦେଇଛନ୍ତି ବିଧାୟକ ପ୍ରମୋଦ ମଲ୍ଲିକ। ସେ କହିଛନ୍ତି, ଦାମବାବୁ ପଶୁ ଡାକ୍ତର, ମୁଁ କିନ୍ତୁ ମଣିଷ ଡାକ୍ତର।

ସଭା ସରିବା ପରେ ଗଣମାଧ୍ୟମକୁ ଦାମ କହିଛନ୍ତି- “ସଭାମଞ୍ଚକୁ ଅଣ୍ଡା ଫିଙ୍ଗା ହୋଇନାହିଁ। ଯଦି କାହାର ଅଣ୍ଡା ଦେବାର ଅଛି, ତେବେ ଆମ୍‌ଲେଟ୍‌ ବନେଇକି ମତେ ଦିଅ। ଓଡ଼ିଶାରେ ମୋ ଉପରେ ଅଣ୍ଡା ପଡ଼େନାହିଁ।”

ଦାମ ଆହୁରି କହିଛନ୍ତି- “ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ବିରୋଧରେ ଧର୍ଷଣଠାରୁ ଲୁଣ୍ଠନ ପର୍ଯ୍ୟନ୍ତ ମାମଲା ରହିଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ଜାଣିପାରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୯ ମାସ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ମାମଲାର ତଦନ୍ତ ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଛନ୍ତି।”

ତାଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧ ସଂପର୍କରେ ଦାମ କହିଛନ୍ତି- “ଅଙ୍ଗନବାଡ଼ି କଥାକୁ ନେଇ ଭୁବନେଶ୍ୱର ରାମ ମନ୍ଦିର ଆଗରେ ବିଜେପିବାଲା ଯେଉଁଦିନ ବିକ୍ଷୋଭ କରୁଥିଲେ, ସେହିଦିନ ମୁଁ ଦୁଗ୍ଧ ଚାଷୀଙ୍କ କଥା ବୁଝିବା ପାଇଁ ନିଆଳି ଆସିଥିଲି। ସେହିଦିନ ନିଆଳି ଅଙ୍ଗନବାଡ଼ି ସଂଘ ସଭାପତି କର୍ମୀମାନଙ୍କୁ ଧରି ଆସି ମୋ ପାଖରେ ଭାଷଣ ଦେଉଥିଲେ। ତେଣୁ ମୁଁ ଜାଣିଛି ଏହା ଅଙ୍ଗନବାଡ଼ି କର୍ମୀଙ୍କ କାମ ନୁହେଁ। ସେମାନଙ୍କୁ ଏପରି କରିବା ପାଇଁ କୁହାଯାଇଥିବ।”

ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି କି ବୋଲି ପ୍ରଶ୍ନର ଦାମ କହିଛନ୍ତି- “ମୋ ଜୀବନ ପ୍ରତି କେହି ବିପଦ ଆଣିପାରିବେ ନାହିଁ। ଯଦି ଆଣିବ, ଦଇବ ଆଣିବ। ଆଉ କାହାର ତାକତ ନାହିଁ ମୋତେ ଫେସ୍‌ କରିବ।”

ଆପଣ ଆସିବା ପରେ ନିଆଳିରେ କିଛି ପରିବର୍ତ୍ତନ ହେବ କି ବୋଲି ପ୍ରଶ୍ନରେ ଦାମ କହିଛନ୍ତି- “ମୁଁ ନଆସିଥିଲେ ମଧ୍ୟ ନିଆଳିର ପରିବର୍ତ୍ତନ ହୋଇଥାଆନ୍ତା। କାରଣ ଏଠାକାର ବିଧାୟକ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ନିଆଳିବାସୀ ଜାଣିଛନ୍ତି।”

ଦାମଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ। ସେ କହିଛନ୍ତି- “ଦାମବାବୁ ପଶୁ ଡାକ୍ତର ଓ ମୁଁ ଜଣେ ମଣିଷ ଡାକ୍ତର। ବୟାସାଧିକ୍ୟ କାରଣରୁ ସେ ମାନସିକ ଭାରସାମ୍ୟ ହରାଇଲେଣି। ତେଣୁ ତାଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ। ୧୮ ବର୍ଷର ଶାସନ କାଳ ଭିତରେ ସେ ମନ୍ତ୍ରୀ ହୋଇଥିଲେ। ସେତେବେଳେ କ’ଣ ଦୁର୍ନୀତି କଥା ଜାଣିପାରି ନଥିଲେ। ମାତ୍ର ଏହି ଦୁଇ ମାସରେ ସବୁ ଦୁର୍ନୀତି କଥା ଜାଣିପାରିଲେ। ଏହାଛଡ଼ା ସେ ଜଣେ ପଶୁ ଚିକିତ୍ସକ ଥିଲେ। ବର୍ତ୍ତମାନ ତାଙ୍କର ଏତେ ସମ୍ପତ୍ତି ଆସିଲା କେଉଁଠୁ? ସେ ହେଉଛନ୍ତି ସବୁଠାରୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି।”



from Odisha Reporter https://ift.tt/2ELxLmg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages