ଦାମଙ୍କ ବାଣରେ ଘାଇଲା ବିଜେଡି ଏବେ ଆକ୍ରମଣ ମୁଡ୍‌ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଦାମଙ୍କ ବାଣରେ ଘାଇଲା ବିଜେଡି ଏବେ ଆକ୍ରମଣ ମୁଡ୍‌ରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନବୀନ ପଟ୍ଟନାୟକ ସରକାର ବିରୋଧରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଦୁର୍ନୀତିର କଳାଚିଠା ଖୋଲିବା ପରେ ବିଜେଡି ଏବେ ‘ଯେସାକୁ ତେସା’ ନୀତି ଆପଣାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦାମଙ୍କ ସଭାକୁ ଗୁରୁତ୍ୱ ଦେଉନଥିବା ବିଜେଡି ଏବେ ତାଙ୍କୁ ବିରୋଧ କରିବା ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି।

ବାରିପଦା ସଭାରେ ଦାମଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିବା ପରେ ଆଜି ନିଆଳି ସଭାରେ ମଧ୍ୟ ଏକ ପୁରୁଣା ପ୍ରସଙ୍ଗକୁ ବିଜେଡି ପ୍ରମୁଖ ଅସ୍ତ୍ର କରିଛି। ଅଙ୍ଗନବାଡ଼ି କର୍ମୀଙ୍କୁ ଲଗାଇ ଡାକ୍ତର ରାଉତଙ୍କୁ ସଭାରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସାଧାରଣ ସଭାରେ ଦାମ ଆଣୁଥିବା ଅଭିଯୋଗର ପ୍ରତିକୂଳ ପ୍ରଭାବ ପଡ଼ୁଥିବାକୁ ନେଇ ଗୁଇନ୍ଦା ରିପୋର୍ଟକୁ ଆଧାର କରି ତାଙ୍କୁ କଡ଼ା ବିରୋଧ ପାଇଁ ବିଜେଡି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ରାଜ୍ୟବ୍ୟାପୀ ବିଭିନ୍ନ ସଭାସମିତି କରି ନବୀନ ପଟ୍ଟନାୟକ ସରକାର ବିରୋଧରେ ଦୁର୍ନୀତିର ଲମ୍ବା ତାଲିକା ଓ ବିଜେଡିରେ ଚାଲିଥିବା ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବାରେ ଲାଗିଛନ୍ତି। ଦାମଙ୍କୁ ଦଳରୁ ବହିଷ୍କାର କରି ଅନ୍ୟ ନେତାମାନଙ୍କ ଭଳି ତାଙ୍କୁ ରାଜ୍ୟ ରାଜନୀତିରେ ଅଲୋଡ଼ା କରିବାକୁ ବିଜେଡି ନେତୃତ୍ୱ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ଫେଲ୍ ମାରିବା ପରେ ଏବେ ତାଙ୍କୁ ସିଧାସଳଖ ବିରୋଧ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ନବୀନ ସରକାରର ଦୁର୍ନୀତି ବିରୋଧରେ ଦାମ ଉଠାଉଥିବା ସ୍ୱର କ୍ରମାଗତ ଶାଣିତ କରିବା ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କଟୁ ସମାଲୋଚନା ସହିତ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରୁଥିବାରୁ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ବିଶେଷକରି ନିର୍ବାଚନର କିଛିମାସ ପୂର୍ବରୁ ଡାକ୍ତର ରାଉତଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ସାଧାରଣ ଲୋକଙ୍କ ମନରେ ନବୀନ ସରକାର ପ୍ରତି ରହିଥିବା ଆସ୍ଥା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। କାରଣ ବିରୋଧୀ କଂଗ୍ରେସ ଓ ବିଜେପି ଏସବୁ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ତାକୁ ବିରୋଧୀ ଦଳର ଅପପ୍ରଚାର କହି ବିଜେଡି ଏଡ଼ାଇ ଯାଇଥାନ୍ତା। ମାତ୍ର ଗତ ୧୮ବର୍ଷ ଧରି ଉଭୟ ଦଳ ଓ ସରକାରରେ ଆଗଧାଡ଼ିର ଭୂମିକା ଗ୍ରହଣ କରିଥିବା ଡାକ୍ତର ରାଉତ ଏବେ ସେହି ସରକାରରେ ହୋଇଥିବା ଦୁର୍ନୀତି ଓ ଦଳରେ ଚାଲିଥିବା ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ସର୍ବସମ୍ମୁଖରେ ଉଜାଗର କରୁଥିବାରୁ ତାହା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।

ଡାକ୍ତର ରାଉତଙ୍କ ମାହାଙ୍ଗା, ନିମାପଡ଼ା, କଟକ, ଢେଙ୍କାନାଳ, ଏରସମା ଓ ଖୋର୍ଦ୍ଧା-ଟାଙ୍ଗୀ ସଭାକୁ ସାମାନ୍ୟତମ ବିରୋଧ କରିନଥିବା ବିଜେଡି ଗତ ୪ଦିନ ପୂର୍ବରୁ ବାରିପଦା ଓ ଆଜି ନିଆଳିରେ ‘ପ୍ରାୟୋଜିତ ବିରୋଧ’ କରି ନିଜର ଭୟ ଓ ଦୁର୍ବଳତାକୁ ପଦାରେ ପକାଇଛି। ଡାକ୍ତର ରାଉତଙ୍କ ଏଭଳି ଦୁର୍ନୀତି ବିରୋଧୀ ସଭାର ପ୍ରତିକୂଳ ପ୍ରଭାବ ବିଜେଡିର ଭୋଟବ୍ୟାଙ୍କ ଉପରେ ପଡ଼ୁଥିବା ଦଳ ପରୋକ୍ଷରେ ସ୍ୱୀକାର କରିଛି।

ଯେଉଁଥିପାଇଁ ବାରିପଦାରେ ସଭାମଞ୍ଚରେ ଦାମଙ୍କୁ ମାନସିକ ଆଘାତ ଦେବା ପାଇଁ ପ୍ରାୟୋଜିତ ବିରୋଧ ହେବାପରେ ଆଜି ନିଆଳିରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଏକଜୁଟ କରାଇ ବିଜେଡି ତାଙ୍କର ବର୍ଷକରୁ ଅଧିକ ପୁରୁଣା ବକ୍ତବ୍ୟ ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି’କୁ ପ୍ରସଙ୍ଗ କରି ଦାମଙ୍କୁ ବିରୋଧରେ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା।

ଯଦିଓ ଡାକ୍ତର ରାଉତଙ୍କ ସଭାକୁ ପଞ୍ଚାନନ କାନୁନଗୋ ଓ ଯଜ୍ଞେଶ୍ୱର ବାବୁଙ୍କ ପରି ନେତାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବରିଷ୍ଠ ନେତା ଏପର୍ଯ୍ୟନ୍ତ ଯାଇନାହାନ୍ତି ତଥାପି ଦୁର୍ନୀତି ପ୍ରସଙ୍ଗରେ ଦାମଙ୍କ ଶାଣିତ ମନ୍ତବ୍ୟ ଯୋଗୁ ବିଜେଡି ନିଜର ଭୋଟ୍ ବ୍ୟାଙ୍କ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ଏଭଳି ପ୍ରତିହିଂସାପରାୟଣ ରାଜନୀତିକୁ ଆପଣାଉଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।



from Odisha Reporter https://ift.tt/2O6YYiN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages